ଭୁବନେଶ୍ୱର: ହୋଟେଲ ରୁମ୍ରେ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ଆତ୍ମହତ୍ୟା କରିଥିବା ନେଇ ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଶ୍ବାସରୁଦ୍ଧ ହେବାର ତାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଫଳରେ ଶୁଭଲକ୍ଷ୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଚର୍ଚ୍ଚା ହେଉଥିବା ଉପରେ ପୂର୍ଣ୍ଣଛେଦ ପଡିଛି । ତେବେ ଆତ୍ମହତ୍ୟା ପଛରେ କାହାର ହାତ ଅଛି କି ନାହିଁ ସେନେଇ ତଦନ୍ତ ଚାଲିଛି ବୋଲି ଡିସିପି କହିଛନ୍ତି।
ଅନ୍ୟପଟେ ସବୁ ଦିଗରୁ ତଦନ୍ତ କରାଯାଉଥିବା ନେଇ ଡିସିପି କହିଛନ୍ତି । ଆତ୍ମହତ୍ୟା ପଛର କ’ଣ କାରଣ ? କିଏ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲା କି ? ଏ ସମସ୍ତ ଦିଗରେ ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି । ଶୁଭଲକ୍ଷ୍ମୀଙ୍କ ସିଡିଆର ଯାଞ୍ଚ କରାଯାଇଛି । ସେଥିରୁ କିଛି ସନ୍ଦିଗ୍ଧ ତଥ୍ ମିଳିନି। ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲେ ବି କାରଣ ଅସ୍ପଷ୍ଟ ରହିଛି। ତାଙ୍କ ମାନସିକ ସ୍ଥିତି ଜାଣିବାକୁ ପରିବାର ଓ ପରିଜନଙ୍କୁ ପଚରାଉଚରା କରାଯାଉଥିବା ଡିସିପି କହିଛନ୍ତି।
ଶୁଭଲକ୍ଷ୍ମୀଙ୍କ ଭାଇରାଲ ଭିଡିଓ ସଂପର୍କରେ ପଚରାଯିବାରୁ ଡିସିପି କହିଛନ୍ତି ଯେ, ପୋଲିସ ହାତରେ ତାହା ଲାଗିନାହିଁ। ସେମିତି କିଛି ଭିଡିଓ ଆସିଲେ ତର୍ଜମା କରାଯିବ । ଆତ୍ମହତ୍ୟା ସହ ଭିଡିଓର କିଛି ସଂପର୍କ ଅଛି କି ନାହିଁ, ତାହା ପରଖାଯିବ । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ କାହାର ହାତ ଅଛି କି ନାହିଁ ସେନେଇ ତଦନ୍ତ କରାଯାଉଛି ବୋଲି ଡିସିପି ସୂଚନା ଦେଇଛନ୍ତି। କିଛି ଦିନ ତଳେ ଭୁବନେଶ୍ବରର ଏକ ହୋଟେଲରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
Comment