୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ

Odisha Hot News
1 Min Read

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ପୋଲିସକୁ ମିଳିଲା ବଡ ସଫଳତା । ସଶସ୍ତ୍ର ଡକାୟତି ଘଟଣାରେ ୫ ଗିରଫ । ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ । ଗତ ଫେବୃଆରୀ ୧ ତାରିଖ ରାତିରେ ଖଡିଆଳ ଥାନା ବରଗାଁର ଜଣଙ୍କ ଘରେ ବିଳମ୍ବିତ ରାତିରେ ପଛପଟ କବାଟ ତାଡି ଘରେ ପଶିବା ସହ ଅସ୍ତ୍ରଶସ୍ତ୍ର ଦେଖାଇ ସାଢେ ୭ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ପାଖାପାଖି ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଖଡିଆଳ ଥାନାରେ ଅଭିଯୋଗ ହୋଇଥିଲା ।
ଏସପିଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ଦଳ ଗଠନ କରି ୫ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟକିଛି ଲୁଟେରା ଏବେବି ଫେରାର ଥିବା ଜଣାପଡିଛି । ତାଙ୍କଠାରୁ ଲୁଟ୍ ହୋଇଥିବା ୩ଟି ମୋବାଇଲ,୧୨.୫ ଗ୍ରାମ ସୁନା ଅଳଙ୍କାର, ୧ ଲକ୍ଷ ୨ ହଜାର ୫ ଶହ ଟଙ୍କା ଓ ଲୁଟେରାମାନେ ବ୍ୟବହାର କରିଥିବା ଛୁରୀ, ଲୁହା ରଡ୍, ଗୋଟିଏ ମାରୁତି ସୁଜୁକି ଏସଏକ୍ସ ଫୋର କାର , ୨ଟି ମୋଟର ସାଇକେଲ ଓ ୮ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ୫ ଲୁଟେରାଙ୍କୁ ଗିରଫ କରିବା ସହ କୋର୍ଟ ଚାଲଣ କରାଯାଇଥିବା ନୂଆପଡା ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି ।

Share This Article