ଫେସ୍‌ବୁକ୍‌ରେ ରସିକିଆ ସାରଙ୍କ ପ୍ରେମ ନିବେଦନ

Odisha Hot News
1 Min Read

ଖଣ୍ଡଗିରି : ଜଣେ ପୂର୍ବତନ ଶିକ୍ଷକଙ୍କ ଅମାନବ କଣ୍ଠ ଫେସ୍‌ବୁକ୍‌ ଓ ହ୍ବାଟ୍‌ସ ଆପ୍‌ରେ ପୁରୁଣା ଛାତ୍ରୀଙ୍କୁ ପରୋକ୍ଷରେ ପ୍ରେମ ନିବେଦନ କରିବା ନେଇ  ଚର୍ଚା । ପୂର୍ବତନ ଶିକ୍ଷକ ଜଣଙ୍କ ଏବେ ପୁରୀ ଗୋପ ଅଞ୍ଚଳରେ ରେଭେନ୍ୟୁ ଅଧିକାରୀ ଭାବେ କାର୍ଯ୍ୟରତ। ତେବେ ଛାତ୍ରୀ ଜଣଙ୍କ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ଅଡ଼ୁଆରେ ପଡ଼ିଛି କମିସନରେଟ୍‌ ପୁଲିସ।

ଗତ ପ୍ରାୟ ୬ ମାସ ହେଲା ପୂର୍ବତନ ଶିକ୍ଷକ ଜଣଙ୍କ ଫେସ୍‌ବୁକ୍‌ ଓ ହ୍ବାଟ୍‌ସ ଆପ୍‌ରେ ‌କଥା ହଉ ହଉ ଖରାପ ଇଂଗିତ କରିଥିଲେ।  ସାର୍‌ଙ୍କ ପରୋକ୍ଷ ଇଙ୍ଗିତକୁ ବୁଝି ପାରି ସେ ଘରେ ଜଣାଇଥିଲେ, ମାତ୍ର ତାଙ୍କ ଅଭିଭାବକମାନେ କଥ‌ାକୁ ଗୁରୁତ୍ବ ଦେଇ ନଥିଲେ। ମାତ୍ର ଗତ ୧୩ ତାରିଖରେ ସାର୍‌ ପୁଣି ପ୍ରୀତିଙ୍କୁ (ଛଦ୍ମନାମ) ଏଭଳି ମେସେଜ୍ ପଠାଇଥିଲେ। ଏସବୁ ପ୍ରୀତିଙ୍କୁ ବାଧିଥିଲେ ବି ସେ ସାର୍‌ଙ୍କ ମୁହଁରେ କିଛି କହି ପାରି ନଥିଲେ। ତେଣୁ ସେ ପୁଲିସଠାରୁ ନ୍ୟାୟ ମାଗିବାକୁ ପସନ୍ଦ କରିଥିଲେ। କିନ୍ତୁ କାକଟପୁର ଥାନା ପୁଲିସ ମାମଲା ଖଣ୍ଡଗିରିରେ ଆରମ୍ଭ ହୋଇଥିବା କହି ଫେରାଇ ଦେବାରୁ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ବୋଲି ପ୍ରୀତି କହିଛନ୍ତି। ମାତ୍ର ପୁଲିସ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ନଥିବାରୁ ସେ ବାରମ୍ବାର ଦୌଡ଼ୁଥିବା ଅଭିଯୋଗ କରିଛନ୍ତି। ଏ ନେଇ ଖଣ୍ଡଗିରି ଥାନା ଅଧିକାରୀଙ୍କ କହିବା କଥା ପ୍ରୀତିଙ୍କ ଅଭିଯୋଗକୁ ନେଇ ଛାନ୍‌ଭିନ୍ ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ।

Share This Article
Leave a Comment