କମ୍ ତେଲ ମସଲା ରେ ତିଆରି କରନ୍ତୁ ଷ୍ଟିମ୍ଡ୍ ଲେମନ୍ ଫିସ୍….
ଆବଶ୍ୟକୀୟ ସାମଗ୍ରୀ:
ଗୋଟାମାଛ,କଟା ରସୁଣ,ଡାଲଚିନି,ଲେମ୍ବୁ ଲାଲକ୍ୟାପସିକମ,ପିଆଜଷଣ୍ଢା ,ଅଦା,ଜିରାଗୁଣ୍ଡ, କଂଚାଲଙ୍କା,ଅଲିଭ ଅଏଲ ଓ ରସୁଣ ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ । ଏବେ ଏହା ଭଲ ଭାବେ ଗୋଳାଇ କିଛି ସମୟ ଛାଡି ଦିଅନ୍ତୁ । ଏବେ,ପିଆଜଷଣ୍ଢା ,ଅଦା,ଜିରାଗୁଣ୍ଡ, କଂଚାଲଙ୍କାକୁ ଏକ ପାତ୍ରରେ ରଖନ୍ତୁ । ମଧ୍ୟମ ଆଂଚରେ ନନଷ୍ଟିକ ପ୍ୟାନ ଗରମ କରନ୍ତୁ । ଏଥର ତେଲକ ୁଭଲ ଭାବେ ଗରମ କରନ୍ତୁ ।ତେଲ ଗରମ ହୋଇଗଲା ପରେ ,ପିଆଜଷଣ୍ଢା କଂଚାଲଙ୍କା ପକାନ୍ତୁ ।୧ ମିନିଟ ପରେ ଏଥିରେ କଟା ଅଦା ,ରସୁଣ ଓ ଡାଲଚିନି ପକାଇ ଭାଜନ୍ତୁ ।ଏବେ ଏଥିରେ ମାଛ ପକାଇ ଘୋଡାଇ ଦିଅନ୍ତୁ ।୧୦ମିନିଟ ଗ୍ୟାସର ଆଂଚ କୁ କମ କରି ଛାଡି ଦିଅନ୍ତୁ ।୧୦ମିନିଟ ପରେ ଢାଙ୍କୁଣି ବାହାର କରି ମାଛ ଉପରେ ଜୀରା ଗୁଣ୍ଡ ପକାନ୍ତୁ । ପୁଣି ଥରେ ଏହାକୁ ଘୋଡାଇ କିଛି ସମୟ ସିଝିବାକୁ ଛାଡି ଦିଅନ୍ତୁ । କିଛି ସମୟ ପରେ ଢାଙ୍କୁଣି ଖୋଲନ୍ତୁ ।ଦେଖିବେ ମାଛରୁ ପାଣି ବାହାରି ଥିବ ।ଏବେ ଏଥିରେ ଆବଶ୍ୟକ ଅନୁସାରେ ଲୁଣ ପକାଇ ଅଳ୍ପ ପାଣି ଦିଅନ୍ତୁ । ମାଛକୁ ଆଉ କିଛି ସମୟ ସିଝିବାକୁ ଦିଅନ୍ତୁ । ତରକାରି ଫୁଟିଗଲେ ଗ୍ୟାସ ବନ୍ଦ କରି ଦିଅନ୍ତୁ ।ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଷ୍ଟିମଡ ଲେମନ ଫିସ ।
ସ୍ୱାଦିଷ୍ଟ ଷ୍ଟିମଡ ଲେମନ ଫିସ

Leave a comment
Leave a comment