ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ବିଜେଡି ଆଭ୍ୟନ୍ତରୀଣ ସଂଗଠନ ସଜାଡିବା କାର୍ଯ୍ୟ େଜାର ଧରିଛି। ଏହି କ୍ରମରେ ଗଣମାଧ୍ୟମ ବ୍ୟାପାର ବୁଝିବା ଲାଗି ଆଜି ଦଳ ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ନିଯୁକ୍ତି କରିଛନ୍ତି। ବିଜୁ ଜନତାଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବୁଧବାର ମାନସ ରଞ୍ଜନ ମଙ୍ଗରାଜଙ୍କୁ ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ଭାବେ ନିଯୁକ୍ତି ଦେଇଛନ୍ତି। ଏ େନଇ ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ମଙ୍ଗରାଜ ପୂର୍ବରୁ ଦଳର ଗଣମାଧ୍ୟମ ସଂଯୋଜକ ଭାବେ କାର୍ଯ୍ୟ ତୁଲାଉ ଥିଲେ ।
