ଚରଦିଆ ଉପାନ୍ତ ଅଂଚଳରୁ ବସ୍ ସେବା ଆରମ୍ଭ – Fast News Network

Odisha Hot News
2 Min Read

ଭଦ୍ରକ: ସ୍ୱାଧୀନତାର ଦୀର୍ଘ ୭୫ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ଭଳି ଦିନରେ ଚରଦିଆ ପଂଚାୟତକୁ ସବୁଦିନିଆ ଯାତାୟତ ରାସ୍ତା ନଥିବା ବେଳେ ଆଜି ଏହି ଅଂଚଳରୁ ବସ ସେବା ଆରମ୍ଭ ହୋଇଛି । ଖବରରୁ ପ୍ରକାଶ ଚାନ୍ଦବାଲି ବ୍ଲକର ସବୁଠାରୁ ଉପାନ୍ତ ଅଂଚଳ ବୋଲି ଚରଦିଆ ପଂଚାୟତର ନାଁ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଏହି ଅଂଚଳ ବାସୀ ରାଜ୍ୟ ସରକାରଙ୍କ ଅବହେଳା ର ଶିକାର ହେଉଥିବା ବେଳେ ଆଜିଭଳି ଦିନରେ ଏହି ପଂଚାୟତକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଯାତାୟତ ପାଇଁ ସବୁଦିନିଆ ସଡକ ,ଶିକ୍ଷା ଏବଂ ପାନୀୟ ଜଳ ବ୍ୟବସ୍ଥା ଏକ ସ୍ୱପ୍ନ ହୋଇ ରହିଯାଇଛି । ଏହି ଅଂଚଳରୁ ଆଜି କଟକ,ଭୂବନେଶ୍ୱର ଯାତାୟତ ପାଇଁ ଏକ ବସ ସେବା ଆରମ୍ଭ ହୋଇଛି । ଚଳିତ ପଂଚାୟତ ନିର୍ବାଚନରେ ଚରଦିଆ ପଂଚାୟତର ସରପଂଚ ଭାବେ ନିରୂପମା ମାଝୀ ନିର୍ବାଚିତ ହେବା ପରେ ସେ ସୁନା ଦେଉଳ ବସ ମାଲିକଙ୍କ ସହ କଥା ହୋଇ ଆଜି ଏହି ବସ ସେବା ଆରମ୍ଭ କରିଥିଲେ । ଏହି ଉପଲକ୍ଷେ ଚରଦିଆ ମାର୍କେଟ ଠାରେ ନୂତନ ବସଟି ପୂଜାର୍ଚନା କରିବା ପରେ ଏହି ବସଟି ଭୂବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହି ପୂଜାର୍ଚନା ଅବସରରେ ଚରଦିଆ ପଂଚାୟତର ସରପଂଚ ନିରୂପମା ମାଝୀ ,ପଂଚାୟତ ସରପଂଚଙ୍କ ପ୍ରତିନିଧି ପ୍ରଶାନ୍ତ ମାଝୀ, ଲାଲମୋହନ ମହାଳିକ, ଶ୍ୟାମପଦ ରାଉତ, ନନୀଗୋପାଳ ଖାଣ୍ଡା, ଚରଦିଆ ପଂଚାୟତର ପୂର୍ବତନ ସରପଂଚ ଦିବାକର ମାଇତି, ଦୋଳଗୋବିନ୍ଦ ନାୟକ, ପ୍ରଫୁଲ ନାୟକ, ନିତ୍ୟାନନ୍ଦ ମାଇତି, ବିକାଶ ପରିଡା, ମଳୟ ଜେନା, ଅଚିନ୍ତ ପାତ୍ର, ବେଣୁ ନାୟକ, ବିଶଯବଜିତ ମଣ୍ଡଳ, ମାନସ ମହାଳିକ,ବିଷ୍ନୁମୋହନ ମହାଳିକ ,ବସନ୍ତ ଜେନାଙ୍କ ସହ ସ୍ଥାନୀୟ ଲୋକେ ଉପସ୍ଥିତ ରହିଥିଲେ । ଆଜିର ଏହି ବସ ସେବା ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଏହି ଅଂଚଳର ଶିକ୍ଷା,ସ୍ୱାସ୍ଥ୍ୟ ଏବଂ ଗମନା ଗମନରେ ଉନ୍ନତି ହେବା ଜରୁରୀ ବୋଲି ଅଂଚଳବାସୀ ଦାବୀ ଜଣାଇଛନ୍ତି ।

Share This Article