ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀ

Odisha Hot News
1 Min Read

ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁରର ରୋଡ୍ ଆଣ୍ଡ ବିଲ୍ଡିଂ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢ଼ୀଙ୍କ ଘର ସମେତ ୧୨ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ପକ୍ଷରୁ ସର୍ଚ୍ଚ ୱାରେଣ୍ଟ୍ ଜାରି ହେବା ପରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଉଥିବା ଜଣାଯାଇଛି।

ଆଜି ସକାଳୁ ଭିଜିଲାନ୍ସର ୧୨ଟି ଟିମ୍ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢ଼ୀଙ୍କ ଗଞ୍ଜାଠାରେ ଥିବା ଘର ଓ ସପିଂ କଂପ୍ଲେକ୍ସ୍, ଗଞ୍ଜାମରେ ଥିବା ପୈତୃକ ଘର, ବ୍ରହ୍ମପୁରରେ ଥିବା ସରକାରୀ କାର୍ଯ୍ୟାଳୟ, ଖଲିକୋଟର ଡିମିରିଆଠାରେ ଥିବା ଫାର୍ମହାଉସ୍‌, ହିଲପାଟଣାଠାରେ ଥିବା ବିଲ୍ଡିଂ ଏବଂ ସପିଂ କଂପ୍ଲେକ୍ସ୍‍, ଅମ୍ବାପୁଆ ଓ ପଙ୍କଲାପାଲିଠାରେ ନିର୍ମାଣାଧୀନ ଘର, ଜୟପ୍ରକାଶ ନଗରରେ ଥିବା ଠିକାଦାର ସଚିନ ପାଢ଼ୀଙ୍କ ଘର, ଗୋଷାଣୀ ନୂଆଗାଁଠାରେ ଥିବା ଠିକାଦାର ସୀମାଞ୍ଚଳ ପାତ୍ରଙ୍କ ଘର, ବିନୋଦ କୁମାର ପାଢ଼ୀଙ୍କ ପୁତୁରା ଅଶୋକ ପଣ୍ଡାଙ୍କ ଗୋଦାବରୀଶ ନଗରରେ ଥିବା ଘର, ଭିଆଇପି ଲେନରେ ଥିବା କ୍ୱାର୍ଟର୍‌, ଭୁବନେଶ୍ୱରର ନୟାପଲ୍ଲୀରେ ମେଟ୍ରୋ ରେସିଡେନସି ଥିବା ଫ୍ଲାଟରେ ଏକକାଳୀନ ଚଢ଼ାଉ ଚାଲିଛି।

Share This Article
21 Comments