ବରଗଡ: ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇଲେ ଯୁବକ । ଫଳରେ ତାଙ୍କ ଶରୀର ୮୦ ପ୍ରତିଶତ ଜଳିଯାଇଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣଙ୍କ ହେଲେ ଫିର୍ଦ୍ଦୋସ ଖାନ(୩୦) । ଘର ସମ୍ବଲପୁର ଭୁତାପଡାଗ୍ରାମରେ । ତେବେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ନଦୀପଡା ନିକଟସ୍ଥ ଜିଡି ଗୋୟଲ ଧର୍ମଶାଳା ରେ । ସୂଚନାମୁତାବକ, ଫିର୍ଦ୍ଦୋସ ବରଗଡ଼ ଗୋକୁଲଧାମ ରେ ରହୁଥିବା ରବିଶଙ୍କର ଅଗ୍ରୱାଲ ଙ୍କ ନବଜାତକ ପୁଅ ର ଜନ୍ମୋତ୍ସବ ରେ ଆୟୋଜିତ ଭୋଜି ର ଠିକା ନେଇଥିଲେ ।ତେବେ ତାଙ୍କ ସହ ସହଯୋଗୀ ଭାବେ କଲିକତା ୨୪ ପ୍ରଗଣା ର ରୁମା ପୋଦ୍ଦାର ଓ ହାଓଡ଼ା ର ନିଶୁ କୁମାରୀ ଏବଂ ଦୁଇ ଜଣ ଝିଅ ମଧ୍ୟ ଆସିଥିଲେ ।ତେବେ ଫିର୍ଦ୍ଦୋସ ହଠାତ କେଉଁ କାରଣରୁ ନିଜ ଦେହ ରେ ନିଆଁ ଲଗାଇଲେ ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।ଗୁରୁତର ଆହତ ଙ୍କୁ ପ୍ରଥମେ ବରଗଡ଼ ମୁଖ୍ୟ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ରାଉରକେଲା ଆଇ ଜି ଏଚ କୁ ପଠାଇଦିଆଯାଇଥିବା ଜଣାପଡିଛି। ଅନ୍ୟପଟେ ଏହି ଘଟଣା ରେ ମାଜିଷ୍ଟ୍ରେଟ ଉପସ୍ଥିତି ରେ ଦୁଇ ଜଣକୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ପୋଲିସ ।
ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଲେ ଯୁବକ, ୮୦ ପ୍ରତିଶତ ପୋଡିଗଲା ଶରୀର, ଆତ୍ମହତ୍ୟା ଉଦ୍ୟମ ର କାରଣ ଅସ୍ପଷ୍ଟ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- BrianCob on ମନ୍ଦିର ଭିତରେ ମହିଳାଙ୍କୁ ଦୁର୍ଷମ କଲେ ପୂଜକ !
- RolandBef on ବିବାଦ ପରେ ମଧ୍ୟ ସଂଶୋଧିତ ହୋଲ୍ଡିଂ ଟିକସ ଆଦାୟ କରିବ ବିଏମ୍ସି
- EldenMeate on ରାଜ୍ୟସ୍ତରୀୟ ଖରିଫ ଅଭିଯାନ ଓ କର୍ମଶାଳା
- JimmyOvami on ୫ ଜୁଆଡ଼ି ଗିରଫ, ୪ ଲକ୍ଷ ଟଙ୍କା ଜବତ
- KellyTouri on ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ମୃତ, ମୃତକଙ୍କ ପରିଚେୟ ଅସ୍ପଷ୍ଟ!
