ବିଜେଡି ଜିଲ୍ଳାପରିଷଦ ପ୍ରାର୍ଥୀ ପ୍ରଦୀପ ମଲ୍ଲିକଙ୍କ ମାରାଥନ ପ୍ରଚାର

Odisha Hot News
1 Min Read

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତୀକ ବାତାବରଣ ସେତେ ବଢିବାରେ ଲାଗିଛି । ଆଜି ଧାମନଗର ବ୍ଲକର ୧୩ନମ୍ବର ଜୋନ୍ ଧୂଷୁରୀର ବିଜେଡ଼ିର ଜିଲ୍ଲାପରିଷଦ ପ୍ରାର୍ଥୀ ପ୍ରଦୀପ କୁମାର ମଲ୍ଲିକ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । ଅର୍ଜ୍ଜୁନପୁର ପଂଚାୟତର ଶ୍ରୀ ମଲ୍ଲିକ ଏହି ପ୍ରଚାର ଆରମ୍ଭ କରିଥିବାବେଳେ ତାଙ୍କ ସହ ସରପଂଚ ପ୍ରାର୍ôଥନୀ ସରିତା ମହାନ୍ତି, ସମିତିସଭ୍ୟ ପ୍ରାର୍ଥୀ ବିଦ୍ୟାଧର ରାଉତ, ବିଜେଡ଼ି ବ୍ଲକସଭାପତି ଉମେଶ ମହାନ୍ତି, ଜିଲ୍ଲା ସମ୍ପାଦକ କିଶାନ କୁମାର ରାଉତ, ମିଡ଼ିଆସେଲ୍‌ର ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ମହାପାତ୍ର, ପଂଚାୟତ ସଭାପତି ଅକ୍ଷୟ କୁମାର ନାୟକ, ପୂର୍ବତନ ସମିତିସଭ୍ୟ ମାନସ ନାୟକ, ସତ୍ୟବ୍ରତ ଦାସ, ଲକ୍ଷ୍ମୀଧର ମାଝୀ, କେଦାର ଦାସଙ୍କ ସମେତ ବହୁ କର୍ମୀ ଗାଁକୁ ଗାଁ ବୁଲି ନିଜ ସପକ୍ଷରେ ଭୋଟ ଦେବାପାଇଁ ନିବେଦନ କରିଥିଲେ ।

Share This Article