ନଭେମ୍ବର ୨୧ରୁ ପଞ୍ଚୁକ ବ୍ରତ

Odisha Hot News
1 Min Read
Hindu widows perform rituals around a tulsi plant, believed to be holy by Hindus, at a Dharamsala, or rest house for pilgrims, on the first day of the five-day long Panchuka festival in Bhubaneswar, in the eastern Indian state of Orissa, Friday, Nov. 20, 2015. Widows from across the state gather to perform rituals for their salvation and for the souls of their departed husbands during this auspicious festival. (AP Photo/Biswaranjan Rout)

ପୁରୀ : ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ପବିତ୍ର କାର୍ତ୍ତିକ ମାସର ଅନ୍ତିମ ତଥା ଅତ୍ୟନ୍ତ ପୁଣ୍ୟପ୍ରଦ ପଞ୍ଚୁକ ବ୍ରତ। ଆସନ୍ତା ୨୧ ତାରିଖ ଶନିବାରଠାରୁ ଆରମ୍ଭ ହେବ ଏହି ପବିତ୍ର ପାଞ୍ଚଦିନିଆ ବ୍ରତ। ଏହି ପାଞ୍ଚଦିନ ଧରି ମହାପ୍ରଭୁଙ୍କର ବିଭିନ୍ନ ଦୁର୍ଲଭ ବେଶ ଦର୍ଶନ କରିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ତେଣୁ ପଞ୍ଚୁକକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଛି ପୁରୀ ଶ୍ରୀକ୍ଷେତ୍ର।

ପଞ୍ଚୁକ ସମୟରେ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶା ରହିଥିବାରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଏବେଠାରୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ବଡ଼ଦାଣ୍ଡରେ ଆରମ୍ଭ ହୋଇଗଲାଣି ବ୍ୟାରିକେଡ୍ ନିର୍ମାଣ। ଭିଡ଼ ନିୟନ୍ତ୍ରଣ ସହ ଭକ୍ତମାନେ ଯେପରି ସୁରୁଖୁରୁରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଉଛି। ମିଳିଥିବା ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ।ପଞ୍ଚୁକର ପ୍ରଥମ ଦିନ ଅର୍ଥାତ୍ ୨୧ ତାରିଖରେ ଶ୍ରୀମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କ ପବିତ୍ର ହରିଉତ୍ଥାପନ ଏକାଦଶୀ ନୀତି। ଏହି ଦିନଠାରୁ ଶ୍ରୀଜିଉଙ୍କ ବିଶେଷ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିବ। ପଞ୍ଚୁକର ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ଭିନ୍ନ ଭିନ୍ନ ବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଥାନ୍ତି।

Share This Article