୧୦ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ! ପୋଲିସ୍‌ କବ୍‌ଜାରେ ୩ ଅଭିଯୁକ୍ତ

Odisha Hot News
1 Min Read

ବ୍ରହ୍ମପୁର : ଲଜ୍ଜାଜନକ ଘଟଣା । ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମର ଅଭିଯୋଗ ଆସିଛି । ତାହା ପୁଣି ୩ଜଣ ନାବାଳକଙ୍କ ନାଁର । ଗଞ୍ଜାମ ଜିଲ୍ଲା ସଦରଥାନା ଅନ୍ତର୍ଗତ ଏକ ଗାଁରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଅଭିଯୋଗ ଆସିବା ପରେ ପୋଲିସ ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ସଦରଥାନା ଅନ୍ତର୍ଗତ ଏକ ଗାଁରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଜଣେ ୧୦ବର୍ଷର ନାବାଳିକାକୁ ସେହି ଗାଁର ୩ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଏନେଇ ଅଭିଯୋଗ ଆସିବା ପରେ ଆକ୍ସନକୁ ଆସିଛି ପୋଲିସ ।ଘଟଣାରେ ସଂପୃକ୍ତ ଥିବା ୩ଜଣ ଅଭିଯୁକ୍ତ ବର୍ତ୍ତମାନ ପୋଲିସ କବ୍‌ଜାରେ ଥିବା ସୂଚନା ମିଳିଛି । କିନ୍ତୁ ପୋଲିସ କେଉଁଠି ରଖି ପଚରାଉଚରା କରୁଛି । ସେନେଇ କିଛି ବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ । ତେବେ ପୋଲିସ ଅଟକ ରଖିଥିବା ୩ଜଣ ଅଭିଯୁକ୍ତ ନାବାଳକ ବୋଲି ସୂଚନା ମିଳିଛି । ଘଟଣାରେ ଅଧିକ ତଥ୍ୟା ଯୋଗାଡରେ ଲାଗିଛି ପୋଲିସ ।

Share This Article