ବ୍ରହ୍ମପୁର: ଗଞ୍ଜାମର ପ୍ରସିଦ୍ଧ ମା’ ତାରାତାରିଣୀ ପୀଠରେ ମଙ୍ଗଳବାର ଚୈତ୍ର ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣ ମୁକାବିଲା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। ଏହି ଯାତ୍ରାରେ ସାମିଲ ହେବାକୁ ଜିଲ୍ଲା ଓ ରାଜ୍ୟ ବାହାରର ପର୍ଯ୍ୟଟକ ଓ ଦର୍ଶକଙ୍କୁ ଏଠାକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି। କେବଳ ସ୍ଥାନୀୟ ଲୋକଙ୍କୁ ଦେବୀଙ୍କ ପୂଜାର୍ଚ୍ଚନା କରିବାକୁ ଅନୁମତି ଦିଆଯାଇଛି। ଏଠାରେ ଯାତ୍ରା ସମୟରେ ମୁଣ୍ଡନ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଏହାଛଡ଼ା ଦଣ୍ଡ ନାଚ ଉପରେ ବି କଟକଣା ଜାରି ହୋଇଛି।
ତେବେ ମା’ଙ୍କର ନୀତିକାନ୍ତି ଯଥାରୀତି କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମ ଜିଲ୍ଲପାଳ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି। ଏହି ପୀଠକୁ ବସ୍ ଓ ଅଟୋ ଚଳାଚଳ ଆଦିକୁ ବି ବାରଣ କରାଯାଇଛି।
ସୂଚନାଯୋଗ୍ୟ, ଗଞ୍ଜାମର ପ୍ରସିଦ୍ଧ ମା’ ତାରାତାରିଣୀ ମଙ୍ଗଳବାର ଚୈତ୍ର ଯାତ୍ରାର ତୃତୀୟ ମଙ୍ଗଳବାର ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ଏବଂ ହଜାର ହଜାର ଭକ୍ତ ମାନସିକ ପୂରଣ ଯୋଗୁ ଏଠାରେ ମୁଣ୍ଡନ କରିଥାନ୍ତି। ଚଳିତ ବର୍ଷ କରୋନା ସଂକ୍ରମଣ ମୁକାବିଲା ଲାଗି ଏଠାରେ ମୁଣ୍ଡନ କରାଯିବ ନାହିଁ।

coworking space price coworking website
стальные мерные ленты лента нихромовая
Читать далее: https://tele-bot.ru