ଭୋପାଳ: ମଧ୍ୟପ୍ରଦେଶ ବିଧାନସଭାରେ ଆସନ୍ତାକାଲି କମଲନାଥ ସରକାର ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। କଂଗ୍ରେସ ନିଜର ବିଧାୟକଙ୍କୁ ଜୟପୁରରୁ ଭୋପାଳକୁ ଫେରାଇ ଆଣିଛି। କଂଗ୍ରେସ ବିଧାୟକଙ୍କୁ ଜୟପୁରର ଏକ ରିସୋର୍ଟରେ ରଖାଯାଇଥିଲା। ସୋମବାର କମଲନାଥ ସରକାର ବିଧାନସଭାରେ ଶକ୍ତି ପରୀକ୍ଷା ଦେବାକୁ ଗତକାଲି ରାଜ୍ୟପାଳ ଲାଲାଜୀ ଟଣ୍ଡନ ନିର୍ଦ୍ଦେଶ ଦେଇଥିଲେ। ତେବେ ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତି ରାଜ୍ୟପାଳଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ନେଇ କିଛି ବି ସ୍ପଷ୍ଟ କରିନାହାନ୍ତି। ତେଣୁ ଶକ୍ତି ପରୀକ୍ଷା ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ମୁଖ୍ୟମନ୍ତ୍ରୀ କମଲ ନାଥ ଆଜି କ୍ୟାବିନେଟ୍ ବୈଠକ ପରେ କହିଛନ୍ତି, ସବୁକିଛି ଠିକ୍ ହୋଇଯିବ, କିଛି ସମସ୍ୟା ରହିବ ନାହିଁ।
ଗୃହରେ କମଳନାଥ ସରକାର ସୋମବାର ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ କି ନାହିଁ ତାହା ସୋମବାର ହିଁ ସ୍ପଷ୍ଟ ହେବ ବୋଲି ଆଜି ବାଚସ୍ପତି କହିଛନ୍ତି। ଫଳରେ ବାଚସ୍ପତିଙ୍କ ଭୂମିକାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସମସ୍ତଙ୍କ ନଜର ଏବେ ବାଚସ୍ପତିଙ୍କ ଉପରେ ରହିଛି। ବାଚସ୍ପତି ରାଜ୍ୟପାଳଙ୍କ ଏଭଳି ନିର୍ଦ୍ଦେଶ ମାନିବାକୁ ବାଧ୍ୟ ନୁହନ୍ତି ବୋଲି ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନେ କହିଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ୧୫ ମାସର କମଲ ନାଥ ସରକାର ସଂକଟରେ ପଡ଼ିଯାଇଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବା ପରେ ତାଙ୍କ ସମର୍ଥକ ବିଧାୟକ ଏବଂ ମନ୍ତ୍ରିମଣ୍ଡଳର ୬ ଜଣ ସଦସ୍ୟ ଇସ୍ତଫା ଦେଇଥିଲେ। ଯଦି ସମସ୍ତ ବିଧାୟକଙ୍କ ଇସ୍ତଫା ଗ୍ରହଣ କରାଯାଏ ତେବେ ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସ ସଂଖ୍ୟାଲଘୁରେ ପରିଣିତ ହୋଇଯିବ। ମଧ୍ୟପ୍ରଦେଶର ମୋଟ ୨୩୦ ବିଧାନସଭା ଆସନ ମଧ୍ୟରୁ କମଲନାଥ ସରକାରଙ୍କ ନିକଟରେ ୧୨୦ ବିଧାୟକ ଥିଲେ। ଯଦି ୨୨ ବିଧାୟକଙ୍କ ଇସ୍ତଫା ଗ୍ରହଣ ହୋଇଯାଏ, କମଲନାଥ ସରକାରଙ୍କ ନିକଟରେ ବିଧାୟକଙ୍କ ସଂଖ୍ୟା ୧୦୮ ହୋଇଯିବ। ବିଦ୍ରୋହୀ ବିଧାୟକଙ୍କ ସଂପର୍କରେ ଆସନ୍ତାକାଲି ବାଚସ୍ପତି ଯେଉଁ ନିଷ୍ପତ୍ତି ନେବେ ସେହି ଆଧାରରେ ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଆଜି କଂଗ୍ରେସର ବିଧାୟକମାନେ ଜୟପୁରରୁ ଭୋପାଳ ଫେରିବା ପରେ ସେମାନଙ୍କର କରୋନା ଭାଇରସ ପରୀକ୍ଷା କରାଯାଇଛି।

Наша лучшая подборка: https://franshiza-remontoff.ru
Самое важное сегодня: https://nakrutka-pf-factorov.ru
Индивидуальные поездки с гидом индивидуальные экскурсии по Калининграду откроют лучшие места области в удобном формате путешествия.
Читать больше на сайте: https://ekostroy76.ru
современные дизайнерские светильники современные дизайнерские люстры