ନୂଆଦିଲ୍ଲୀ: ୭୦ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ପ୍ରତ୍ୟେକ ଦେଶବାସୀ ସ୍ବାଧୀନତା, ସମାନତା ଓ ଭ୍ରାତୃଭାବକୁ ମନେ ପକାଇବାର ଏହା ଏକ ସୂଯୋଗ ବୋଲି ସେ କହିଛନ୍ତି।
ଏହି ଦିବସ, ଗଣତନ୍ତ୍ରରେ ଆଧାରିତ ଆମର ଗଣରାଜ୍ୟର ଉଚ୍ଚ ଆଦର୍ଶକୁ ସ୍ମରଣ କରିବାର ହେଉଛି ଅବସର । ଏହି ଦିବସ ଦେଶର ସମସ୍ତ ନାଗରିକମାନଙ୍କ ପାଇଁ ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱଭାବର ଆଦର୍ଶ ପ୍ରତି ନିଜର ଆସ୍ଥାକୁ ଦୋହରାଇବାର ଅବସର ଅଟେ । ଆଉ ଏହି ସବୁଠାରୁ ଉଦ୍ଧ୍ୱର୍ରେ ଆମର ଗଣତନ୍ତ୍ର ଦିବସ, ଆମେ ସମସ୍ତେ ଭାରତୀୟ ହେବାର ଗୌରବକୁ ଅନୁଭବ କରିବାର ମଧ୍ୟ ହେଉଛି ଅବସର ।
ଆମ ଗଣତନ୍ତ୍ର ପାଇଁ ଏହି ବର୍ଷ ହେଉଛି ସ୍ୱତନ୍ତ୍ର ଭାବେ ମହତ୍ୱପୂର୍ଣ୍ଣ । ଚଳିତ ବର୍ଷ ୨ ଅକ୍ଟୋବରରେ, ଆମେ ରାଷ୍ଟ୍ରପିତା ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ପାଳନ କରିବା । ଗାନ୍ଧିଜୀ, ଆମ ସମସ୍ତଙ୍କୁ ଏକ ନୂତନ ଦିଗ ଦେଖାଇଥିଲେ । ସେ ଭାରତର ହିଁ ନୁହେଁ ବରଂ ଏସିଆ, ଆଫ୍ରିକା ତଥା ଦୁନିଆର ଆହୁରି ଅନେକ ଦେଶରେ ସାମ୍ରାଜ୍ୟବାଦକୁ ଅନ୍ତ କରିବା ପାଇଁ, ଲୋକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଏବଂ ପ୍ରେରଣାର ସଂଚାର କଲେ ଆଉ ସେ ସ୍ୱାଧୀନତାର ପଥ ଦେଖାଇଲେ । ବାପୁଜୀ, ଆଜି ମଧ୍ୟ, ଆମର ଗଣତନ୍ତ୍ର ପାଇଁ ହେଉଛନ୍ତି ନୈତିକତାର ପ୍ରକାଶପୁଞ୍ଜ । ଆଜି ମଧ୍ୟ ତାଙ୍କ ଜୀବନ ଏବଂ ତାଙ୍କ ଶିକ୍ଷା ଆମର ନୀତି ଏବଂ କାର୍ଯ୍ୟ-କଳାପର ମାନଦଣ୍ଡ । ମହାତ୍ମାଗାନ୍ଧିଙ୍କର ୧୫୦ ତମ ଜୟନ୍ତୀ, କେବଳ ଭାରତରେ ହିଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ, ତାଙ୍କ ଆଦର୍ଶକୁ ଗଭୀରତାର ସହ ବୁଝିବା, ଆପଣାଇବା ଆଉ କାର୍ଯ୍ୟରେ ପରିଣତ କରିବାର ଅବସର ଅଟେ ।
ଗାନ୍ଧିଜୟନ୍ତୀର କିଛି ଦିନ ପରେ, ୨୬ ନଭେମ୍ବରକୁ, ଆମେ ସମସ୍ତେ ନିଜର ‘ସମ୍ବିଧାନ ଦିବସ’ର ୭୦ତମ ବର୍ଷପୂର୍ତି ପାଳନ କରିବା । ୨୬ ନଭେମ୍ବର ୧୯୪୯ର ଐତିହାସିକ ଦିନ, ନିଜ ସମ୍ବିଧାନ ସଭା ମାଧ୍ୟମରେ ଆମେ ସବୁ ଭାରତୀୟ ନିଜ ସମ୍ବିଧାନକୁ ଗ୍ରହଣ କଲେ ତଥା ନିଜକୁ ସମର୍ପିତ କଲେ । ତାହାର ଠିକ ଦୁଇ ମାସ ପରେ ୨୬ ଜାନୁୟାରୀ ୧୯୫୦କୁ ଆମେ ଆମ ସମ୍ବିଧାନକୁ ଲାଗୁ କଲେ, ଆଉ ଭାରତ ଏକ ଗଣରାଜ୍ୟ ରୂପରେ ପ୍ରତିଷ୍ଠା ହେଲା । ଆମ ସମ୍ବିଧାନ, ଆମର ଗଣରାଜ୍ୟର ହେଉଛି ଆଧାରଶୀଳା । ଏହା ହେଉଛି ଏକ ଦୂରଦର୍ଶୀ ଏବଂ ଜୀବନ୍ତ ଦସ୍ତାବେଜ । ଉଚ୍ଚ ଆଦର୍ଶ ଏବଂ ଦେଶ-ପ୍ରେମରେ ଓତଃ-ପ୍ରୋତ, ସମ୍ବିଧାନ-ସଭାର ବିଦ୍ୱାନ ସଦସ୍ୟମାନେ ଏହାର ରଚନା କରିଥିଲେ । ଗଣତନ୍ତ୍ର ଦିବସ ଅବସରରେ, ସମ୍ବିଧାନର ରଚନା କରିଥିବା ପ୍ରମୁଖ ଶିଳ୍ପୀ, ବାବା ସାହେବ ଡକ୍ଟର ଭିମରାଓ ଆମ୍ବେଦକରଙ୍କ ଯୋଗଦାନ ବିଶେଷ ଭାବେ ସ୍ମରଣୀୟ ।
ଆମ ଦେଶ, ବର୍ତମାନ ଏକ ମହତ୍ୱପୂର୍ଣ୍ଣ ସ୍ଥିତିରେ ରହିଛି । ଆମର ଆଜିର ନିର୍ଣ୍ଣୟ ଏବଂ କାର୍ଯ୍ୟକଳାପ, ଏକବିଂଶ ଶତାବ୍ଦୀର ଭାରତର ସ୍ୱରୂପ ନିର୍ଦ୍ଧାରିତ କରିବ । ଏକାଠି ହୋଇ, ନିଜର ପ୍ରୟାସର ବଳରେ, ଏହି ଶତାବ୍ଦୀକୁ ଭାରତର ଶତାବ୍ଦୀ କରିବାର ଆବସର ଆମ ସମସ୍ତଙ୍କ ସାମ୍ନାରେ ଅଛି । ଏଥିପାଇଁ, ରାଷ୍ଟ୍ରନିର୍ମାଣ ଦୃଷ୍ଟିରେ ଆଜିର ଏହି ସମୟ ଆମ ସମସ୍ତଙ୍କ ପାଇଁ ହେଉଛି ସେତିକି ହିଁ ମହତ୍ୱପୂର୍ଣ୍ଣ ଯେତିକି ଆମର ଦେଶବାସୀଙ୍କ ପାଇଁ ସ୍ୱାଧୀନ ଭାରତର ପ୍ରାରମ୍ଭିକ ସମୟରେ ଥିଲା ।
ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉଚ୍ଚ ଆଦର୍ଶରେ ଚାଲି ଆମେ ସ୍ୱାଧୀନତା ହାସଲ କରିଥିଲେ । ଜନତାଙ୍କୁ ସର୍ବଶ୍ରେଷ୍ଠ ବିବେଚନା କରିବାର ମୂଲ୍ୟ ଆମର ଗଣତନ୍ତ୍ରକୁ ବର୍ତମାନର ସ୍ୱରୂପ ପ୍ରଦାନ କଲା । ସେହି ଆଦର୍ଶ ଏବଂ ମୂଲ୍ୟ, ଗଣତନ୍ତ୍ର ଏବଂ ସମ୍ବିଧାନ ପ୍ରତି ଆମର ଅତୁଟ ଆସ୍ଥା ଆମର ଶିରା-ପ୍ରସିରାରେ ରହିଛି । ଆମ ସମସ୍ତ ଭାରତବାସୀଙ୍କୁ ଚଳିତ ବର୍ଷ ଆଉ ଏକ ମହତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାର ଅବସର ମିଳିବାକୁ ଯାଉଛି । ୧୭ତମ ଲୋକସଭାର ନିର୍ବାଚନ ପାଇଁ ହେବାକୁ ଥିବା ସାଧାରଣ ନିର୍ବାଚନରେ ଆମ ସମସ୍ତଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଅଛି । ଏହି ନିର୍ବାଚନ ସମୟରେ, ଆମେ ସମସ୍ତେ ମତାଧିକାର ସାବ୍ୟସ୍ତ, ଆମ ନିଜର ଗଣତାନ୍ତ୍ରିକ ମାନ୍ୟତା ଏବଂ ମୂଲ୍ୟ ପ୍ରତି ସଂପୂର୍ଣ୍ଣ ନିଷ୍ଠାର ସହିତ କରିବା । ଏହି ନିର୍ବାଚନ, ଏହି ଦୃଷ୍ଟିରୁ ସ୍ୱତନ୍ତ୍ର ହେବ କି ଏକବିଂଶ ଶତାବ୍ଦୀରେ ଜନ୍ମ ନେଇଥିବା ମତଦାତା, ପ୍ରଥମଥର ମତଦାନ କରିବେ ଆଉ ନୂତନ ଲୋକସଭା ଗଠନରେ ନିଜର ଯୋଗଦାନ ଦେବେ ।
ଏହି ନିର୍ବାଚନ, ସମସ୍ତ ଦେଶବାସୀଙ୍କ ପାଇଁ ଗଣତନ୍ତ୍ରରେ ନିଜର ସକ୍ରିୟ ଯୋଗଦାନ ତୁଲାଇବାର ହେଉଛି ଏକ ମହତ୍ୱପୂର୍ଣ୍ଣ ଅବସର । ନିର୍ବାଚନ ସମୟରେ, ଆମେ ସମସ୍ତେ, ପରସ୍ପର ବୁଝାମଣା ଏବଂ ସମାନତା ଉପରେ ଆଧାରିତ ସମାଜର ଆଶା ଏବଂ ଆକାଂକ୍ଷାଗୁଡ଼ିକ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇବା । ଆମର ଗଣତନ୍ତ୍ରର ସଫଳତା ପାଇଁ, ମତଦାନ କରିବା ହେଉଛି ଆମର ଏକ ପୁଣ୍ୟ କର୍ତବ୍ୟ ହୋଇ ଯାଇଥାଏ । ମୋର ଆପଣ ସମସ୍ତଙ୍କୁ ଅନୁରୋଧ କି ଏହି କର୍ତବ୍ୟକୁ ଅବଶ୍ୟ ପାଳନ କରନ୍ତୁ ।
ଆମ ସମସ୍ତଙ୍କୁ ଏହା ସ୍ମରଣ ରଖିବାର ଅଛି କି ଏହି ସମୟ ହେଉଛି, ଆମ ଦେଶବାସୀଙ୍କ ଆକାଂକ୍ଷାକୁ ପୂରଣ କରିବା ଆଉ ବିକଶିତ ଭାରତର ନିର୍ମାଣ ଯାତ୍ରାରେ ଏକ ମହତ୍ୱପୂର୍ଣ୍ଣ ସୋପାନ । ଆଜି ଆମେ, ନିଜର ଶତତ ପ୍ରୟାସ ଦ୍ୱାରା ଦାରିଦ୍ର୍ୟର ସମାପ୍ତ କରିବାର ନିର୍ଣ୍ଣାୟକ ସମୟରେ ଅଛେ । ଦେଶବ୍ୟାପୀ ପ୍ରୟାସ କରିବା ଦ୍ୱାରା, ଗରିବ ପରିବାରକୁ ଘର, ପିଇବା ପାଣି, ବିଜୁଳି ଏବଂ ଶୌଚାଳୟର ସୁବିଧା ମିଳୁଛି । ଗାଁକୁ ସହର ସହିତ ଯୋଡ଼ୁଥିବା ସଡ଼କରେ ସେତୁ ନିର୍ମାଣ ହେଉଛି । ସହରରେ ଘର ତଥା ଆଧୁନିକ ଜନ-ସୁବିଧା ଉପଲବ୍ଧ ହେଉଛି । ପ୍ରତ୍ୟେକ ଘର ପର୍ଯ୍ୟନ୍ତ ବିଜୁଳି ପହଂଚୁଛି । ଆମର ଯୁବକ, ପ୍ରତିଭାଶାଳୀ ହୋଇ, ରୋଜଗାରର ନୂତନ ସମ୍ଭାବନା ସୃଷ୍ଟି କରୁଛନ୍ତି । ଯେଉଁ ଲୋକମାନେ ନିଜର ବ୍ୟବସାୟ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ବିନା ଗ୍ୟାରେଂଟିରେ ଋଣର ସୁବିଧା ସୁଲଭ କରାଯାଉଛି । ପ୍ରତ୍ୟେକ ଗରିବ ବ୍ୟକ୍ତି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ପହଂଚାଇବାର ଏକ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଲୋକଙ୍କୁ, ଜନ-ଔଷଧି କେନ୍ଦ୍ରରେ, ଶସ୍ତା ଦରରେ, ଔଷଧ ମିଳିପାରୁଛି । ହୃଦରୋଗର ଚିକିତ୍ସା ପାଇଁ ‘ଷ୍ଟେଂଟ୍’ ଭଳି ଜୀବନ ରକ୍ଷାକାରୀ ଡାକ୍ତରୀ ଉପକରଣର, ତଥା ଆଣ୍ଠୁୁ ଅସ୍ତ୍ରୋପଚାର ସାମଗ୍ରୀର ମୂଲ୍ୟରେ ବହୁତ ହ୍ରାସ କରାଯାଇଛି । ସୁବିଧା ଦରରେ ଡାୟଲିସିସର ସୁବିଧା ପ୍ରାପ୍ତ ହେଉଛି । ଆମର ଗରିବ ଭାଇ-ଭଉଣୀଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଏଭଳି ଅନେକ ପ୍ରୟାସ କରାଯାଉଛି ।
ଦେଶର କୋଣ-ଅନୁକୋଣରେ, ମୋବାଇଲ ଫୋନ ତଥା ଇଂଟରନେଟର ସୁବିଧା ହେବା ଦ୍ୱାରା, ଡିଜିଟାଲ ଯୋଗାଯୋଗରେ ବୈପ୍ଳବିକ ପରିବର୍ତନ ଆସିଛି । ବନ୍ଦର, ଅନ୍ତର୍ଦେଶୀୟ ଜଳମାର୍ଗ, ଉନ୍ନତ ରେଳ ସେବା, ଆଧୁନିକ ମେଟ୍ରୋ ସୁବିଧା, ରାଷ୍ଟ୍ରୀୟ ରାଜପଥ, ଗାଁର ସଡ଼କ ଏବଂ ଦେଶର ଆଭ୍ୟନ୍ତରୀଣ ଅଂଚଳରେ ଶସ୍ତା ବିମାନ ଯାତ୍ରାର ସୁବିଧା ଦ୍ୱାରା ଯୋଗାଯୋଗ ବ୍ୟବସ୍ଥା ଉନ୍ନତ ହେଉଛି ।
ଆଜି ଏହା ଦେଖି ଆନନ୍ଦ ଅନୁଭବ ହେଉଛି କି ନୂତନ ବୈଷୟିକ ଜ୍ଞାନକୁ ଦ୍ରୁତ ଗତିରେ ଆପଣାଇ ଆମର କୃଷକ ଅଧିକ ସମର୍ଥ ଏବଂ ଆମର ଯବାନ ଅଧିକ ସଶକ୍ତ ହେଉଛନ୍ତି । ଟେକ୍ନୋଲୋଜି ଏବଂ ନୂତନ ଚିନ୍ତାଧାରାର ଶକ୍ତିରେ ଆମର ଉଦ୍ୟମୀ, ବିକାଶର ନୂତନ ଅଧ୍ୟାୟ ଲେଖୁଛନ୍ତି । ଆଜି ଦୁନିଆର ଦୃଷ୍ଟି, ଆମର ଯୁବ ଉଦ୍ୟମୀମାନଙ୍କ ଏବଂ ଆମର ଅର୍ଥ-ବ୍ୟବସ୍ଥା ଉପରେ ରହିଛି ।
ଦେଶର ବିଭିନ୍ନ ଭାଗକୁ ମୋର ନିଜର ଯାତ୍ରା ସମୟରେ, ମୁଁ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସାକ୍ଷାତ କରୁଛି ଆଉ ଦେଖୁଛି କି ସାଧାରଣ ଲୋକଙ୍କ ମନରେ, କଠିନ ପରିଶ୍ରମ ଆଉ ସଚ୍ଚୋଟତାର ସହିତ ହାସଲ କରାଯାଇଥିବା ଉପଲବ୍ôଧଗୁଡ଼ିକ ପ୍ରତି, ପ୍ରଶଂସନୀୟ ମନୋଭାବ ରହିଛି । ଏହି ପ୍ରଶଂସା, ସେହି ବରିଷ୍ଠ ନାଗରିକମାନଙ୍କ ଚିନ୍ତାଧାରାରେ ଆହୁରି ମଧ୍ୟ ସ୍ପଷ୍ଟ ପ୍ରତୀୟମାନ ହେଉଛି, ଯେଉଁମାନେ ଅଭାବର ସମୟକୁ ଦେଖିଛନ୍ତି । ଏହି ସଫଳତାକୁ ଆମେ ସମସ୍ତେ କଠିନ ପରିଶ୍ରମ କରି ହାସଲ କରିଛୁ ।
ଅନେକ କ୍ଷେତ୍ରରେ, ଆମେ ଅଭାବକୁ ପ୍ରାଚୁର୍ଯ୍ୟତାରେ ପରିବର୍ତିତ କରିଛୁ । ଉଦାହରଣ ଭାବେ, ଆଜି ଦେଶରେ ଖାଦ୍ୟଶସ୍ୟ ପ୍ରଚୁରମାତ୍ରାରେ ଉତ୍ପାଦନ ହେଉଛି । ରୋଷେଇ ଗ୍ୟାସ ସହଜରେ ମିଳୁଛି । ଫୋନ ସଂଯୋଗ ନେବା ଅବା ପାସପୋର୍ଟ ତିଆରି କରିବା ହେଉ; ବ୍ୟାଙ୍କରେ ଖାତା ଖୋଲିବା ହେଉ ଅଥବା କାଗଜପତ୍ରଗୁଡ଼ିକୁ ପ୍ରମାଣିତ କରିବା ହେଉ; ଏହି ସମସ୍ତ କ୍ଷେତ୍ରରେ ସଂସ୍କାର ଏବଂ ପରିବର୍ତନ ଦେଖିବାକୁ ମିଳୁଛି । ମହିଳା ସଶକ୍ତୀକରଣ କ୍ଷେତ୍ରରେ ହେଉଥିବା ସମାଜିକ ପରିବର୍ତନ, ହେଉଛି ଅତ୍ୟଧିକ ମହତ୍ୱପୂର୍ଣ୍ଣ । ଆମ ଝିଅମାନେ, ଶିକ୍ଷା, କଳା, ଚିକିତ୍ସା ଏବଂ ଖେଳକୁଦ ଭଳି କ୍ଷେତ୍ର ବ୍ୟତୀତ, ଆମର ତିନି ସେନା ଆଉ ପ୍ରତିରକ୍ଷା ବିଜ୍ଞାନ ଭଳି କ୍ଷେତ୍ରରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଉଚ୍ଚ ଶିକ୍ଷା ସଂସ୍ଥାନରେ, ପଦକ ପାଉଥିବା ବିଦ୍ୟାର୍ଥୀମାନଙ୍କ ମଧ୍ୟରେ, ପ୍ରାୟତଃ ଝିଅମାନଙ୍କ ସଂଖ୍ୟା ପୁଅମାନଙ୍କଠାରୁ ଅଧିକ ହେଉଛି । ଏହି ପରିବର୍ତନର, ବହୁମୁଖୀ ଲାଭ ମିଳୁଛି ।
ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ସହଯୋଗୀ ଭାବନା, ଭାରତର ବିକାଶର ହେଉଛି ମୂଳମନ୍ତ୍ର । ଏହି ବିକାଶ ପରିସରରେ, ଆମେ ସମସ୍ତେ ଦେଶବାସୀ ସାମିଲ ହୋଇଛେ । ଜନ-ସୁବିଧା ସମସ୍ତଙ୍କ ପାଖରେ ପହଂଚିପାରୁଛି ତଥା ବିକାଶର ଅବସର ସମସ୍ତଙ୍କୁ ସମାନ ଭାବେ ମିଳୁ, ଏହି ଚିନ୍ତାଧାରା ସହିତ ଆମେ ଆଗକୁ ବଢ଼ୁଛେ । ଦେଶର ସଂସାଧନ ଉପରେ ଆମ ସମସ୍ତଙ୍କର ସମାନ ଅଧିକାର ଅଛି, ଆମେ କେଉଁ ସମୂହର ହେଉ ନା କାହିଁକି, କୌଣସି ସମୁଦାୟର ହେଉ ନା କାହିଁକି, ଅବା କୌଣସି ଅଂଚଳର ହେଉ । ଭାରତର ବ୍ୟାପକତା, ହେଉଛି ଆମ ସମସ୍ତଙ୍କର ବଡ଼ ଶକ୍ତି । ଆମର ବିବିଧତା, ଗଣତନ୍ତ୍ର ଏବଂ ବିକାଶ ସମଗ୍ର ଦୁନିଆ ସମ୍ମୁଖରେ ହେଉଛି ଏକ ଉଦାହରଣ ।
ଗାନ୍ଧିଜୀ ନିଜ ପୁସ୍ତକ ‘ମୋ ସ୍ୱପ୍ନର ଭାରତ’ରେ ଲେଖିଛନ୍ତି କି ମୁଁ ଏଭଳି ଭାରତର ନିର୍ମାଣ ପାଇଁ ପ୍ରୟାସ କରିବି, ଯେଉଁଥିରେ ଗରିବରୁ ଅତି ଗରିବ ଲୋକ ମଧ୍ୟ ଏହା ଅନୁଭବ କରିବେ କି ଏହି ଦେଶ ହେଉଛି ତାଙ୍କର, ଏହାର ନିର୍ମାଣରେ ତାଙ୍କ ସ୍ୱର ମହତ୍ୱପୂର୍ଣ୍ଣ ହେବ, ଯେଉଁଠାରେ ଉଚ୍ଚ-ନିଚ୍ଚର ଭେଦଭାବ ରହିବ ନାହିଁ ତଥା ମହିଳାମାନଙ୍କୁ ମଧ୍ୟ ସେହି ଅଧିକାର ମିଳିବ ଯାହା ପୁରୁଷଙ୍କୁ ପ୍ରାପ୍ତ ହେବ । ଏହି ସନ୍ଦର୍ଭରେ, ଚଳିତ ମାସ, ସମ୍ବିଧାନ-ସଂଶୋଧନ ଦ୍ୱାରା, ଗରିବ ପରିବାରର ପ୍ରତିଭାଶାଳୀ ପିଲାମାନଙ୍କୁ ଶିକ୍ଷା ଏବଂ ନିଯୁକ୍ତିରେ ସ୍ୱତନ୍ତ୍ର ସୁଯୋଗ ଉପଲବ୍ଧ କରାଯାଇଛି । ସାମାଜିକ ନ୍ୟାୟ ଏବଂ ଆର୍ଥିକ ନୈତିକତାର ମାନଦଣ୍ଡରେ ଗୁରୁତ୍ୱ ଦେଇ, ସହଭାଗୀ ବିକାଶର କାର୍ଯ୍ୟକୁ ଆହୁରି ମଧ୍ୟ ବ୍ୟାପକ ଆଧାର ଦିଆଯାଇଛି । ଟେକ୍ନୋଲଜି ଏବଂ ନୂତନ ଚିନ୍ତାଧାରାର ଆଧାରରେ, ସମାଜର ପ୍ରତ୍ୟେକ ବର୍ଗର ଲୋକ ବିକାଶଯାତ୍ରାରେ ସାମିଲ ହେଉଛନ୍ତି ।
ଆମର ମହାନ ଗଣତନ୍ତ୍ର ଏକ ଦୀର୍ଘ ଯାତ୍ରା ସ୍ଥିର କରିଛି । କିନ୍ତୁ ଏବେ ଆମକୁ ବହୁତ ଆଗକୁ ଯିବାର ଅଛି । ବିଶେଷ କରି, ଆମର ଯେଉଁ ଭାଇ ଭଉଣୀମାନେ ବିକାଶର ଦୌଡ଼ରେ ପଛରେ ରହିଯାଇଛନ୍ତି, ସେହି ସମସ୍ତଙ୍କୁ ସାଙ୍ଗରେ ନେଇ, ଆମ ସମସ୍ତଙ୍କୁ ଆଗକୁ ବଢ଼ିବାର ଅଛି । ଏକବିଂଶ ଶତାବ୍ଦୀ ପାଇଁ, ଆମକୁ ନିଜ ଲକ୍ଷ୍ୟ ଆଉ ଉପଲବ୍ôଧଗୁଡ଼ିକ ପାଇଁ ନୂତନ ମାନଦଣ୍ଡ ନିର୍ଦ୍ଧାରିତ କରିବାର ଅଛି । ଏବେ ଆମକୁ କ୍ୱାଲିଟି ଅର୍ଥାତ ଗୁଣବତା ଉପରେ ଆହୁରି ଅଧିକ ଧ୍ୟାନ ଦେବାକୁ ହେବ । ସବୁ ବର୍ଗ ଏବଂ ସମସ୍ତ ସମୁଦାୟକୁ ସମୁଚିତ ସ୍ଥାନ ଦେବାଭଳି ରାଷ୍ଟ୍ର ଭାବେ ଆଗକୁ ବଢ଼ି, ଆମକୁ ଏଭଳି ଏକ ସମାଜର ନିର୍ମାଣ କରିବାର ଅଛି ଯେଉଁଥିରେ ପ୍ରତ୍ୟେକ ପୁଅ-ଝିଅଙ୍କ ଗୁରୁତ୍ୱ, କ୍ଷମତା ଏବଂ ପ୍ରତିଭାର ଚିହ୍ନଟ ହେଉ, ଏବଂ ତା’ର ବିକାଶ ପାଇଁ ପ୍ରତ୍ୟେକ କ୍ଷେତ୍ରର ସୁବିଧା ଏବଂ ପ୍ରୋତ୍ସାହନ ଉପଲବ୍ଧ ହେଉ ।
ପାରସ୍ପରିକ ସହଯୋଗ ଆଉ ଭାଗୀଦାରୀ ଆଧାରରେ ହିଁ ସମାଜର ନିର୍ମାଣ ହୋଇଥାଏ । ତାହା ପରିବାରର ଖୁସି ହେଉ, ବ୍ୟବସାୟରେ ପ୍ରଗତି ହେଉ, ସମାଜ ଏବଂ ରାଷ୍ଟ୍ରର ନିର୍ମାଣ ହେଉ, ଅବା ପୁଣି ଏକ ଉନ୍ନତ ବିଶ୍ୱ-ବ୍ୟବସ୍ଥାର ପ୍ରତିଷ୍ଠା ହେଉ, ଏହି ସମସ୍ତ ଉଦ୍ଦେଶ୍ୟ ପ୍ରତ୍ୟେକ ବ୍ୟକ୍ତି, ସମାଜ, ସରକାର ଏବଂ ରାଷ୍ଟ୍ରର ପାରସ୍ପରିକ ସହଯୋଗ ଦ୍ୱାରା ହିଁ ପ୍ରାପ୍ତ କରାଯାଇ ପାରିବ । ସହଯୋଗ ଏବଂ ଭାଗିଦାରୀର ଏହି ଭାବନା ହିଁ, ସଂପୂର୍ଣ୍ଣ ବିଶ୍ୱକୁ ଗୋଟିଏ ପରିବାର ଭଳି ଭାବୁଥିବା ‘ବସୁଧୈବ କୁଟୁମ୍ବକମ୍’ ଆଦର୍ଶର ମଧ୍ୟ ହେଉଛି ଆଧାର ।
ଚିନ୍ତାଧାରାର ସହଜ ଆଦାନ-ପ୍ରଦାନ, ବ୍ୟାପକ ଆଲୋଚନା ଏବଂ ଗଭୀର ସମ୍ବେଦନଶୀଳତାର ମାଧ୍ୟମରେ ସହଯୋଗୀତା ସୁଦୃଢ଼ ହୋଇଥାଏ । ସମ୍ବାଦ ଏବଂ ସମ୍ବେଦନଶୀଳତାର ଉପଯୋଗିତା ଯେଭଳି ଭାବେ ପାରିବାରିକ ସ୍ତରରେ ସହଯୋଗ ପାଇଁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ, ସେହିପରି ଏହି ସମାଜର ବଂଚିତ ବର୍ଗର ଭାଗୀଦାରୀ ପାଇଁ ମଧ୍ୟ ହେଉଛି ପ୍ରାସଙ୍ଗିକ । ଆମକୁ ଏହି ବର୍ଗର ସମସ୍ୟାଗୁଡ଼ିକୁ ଶୁଣିବା-ବୁଝିବା ତଥା ତାହାର ସମାଧାନ କରିବାର ପ୍ରକ୍ରିୟାକୁ ନିରନ୍ତର ଜାରି ରଖିବାର ଅଛି ।
ଆମର ସଂସ୍କୃତି, ପରମ୍ପରା ଏବଂ ଜୀବନ ଆଦର୍ଶରେ ଲୋକ-ସେବାର ବହୁତ ମହତ୍ୱ ଅଛି । ଆମ ସମସ୍ତଙ୍କ ହୃଦୟରେ, ସେହି ବ୍ୟକ୍ତିମାନଙ୍କ ଆଉ ସଂସ୍ଥାଗୁଡ଼ିକ ପ୍ରତି ସଦାସର୍ବଦା ସମ୍ମାନ ଭାବ ରହିଛି, ଯେଉଁମାନେ ନିଜର ସାମାନ୍ୟ କର୍ତବ୍ୟର ସୀମାରୁ ଉପରକୁ ଉଠି ଲୋକ-ସେବା ପ୍ରତି ସମର୍ପିତ ରହିଥାଆନ୍ତି । ଉତମ ଉଦ୍ଦେଶ୍ୟ ସହିତ କରାଯାଇଥିବା ଯୋଗଦାନକୁ, ମାନ୍ୟତା ଏବଂ ପ୍ରଶଂସା ହିଁ ମିଳିବା ଦରକାର, ସେ ଯୋଗଦାନ କୌଣସି ବ୍ୟକ୍ତିଙ୍କର ହେଉ, ସମୂହର ହେଉ, ବ୍ୟକ୍ତିଗତ ଅବା ସାର୍ବଜନିକ ସଂସ୍ଥାଗୁଡ଼ିକର ହେଉ, ଅବା ପୁଣି ସରକାରଙ୍କର ହେଉ ।
,
ଦେଶ ହେଉ ଅବା ବିଦେଶ, ପ୍ରତ୍ୟେକ ସ୍ଥାନରେ ଜୀବନର ଏହି ଆଦର୍ଶ ଆମର ମାର୍ଗଦର୍ଶନ କରିଥାଏ । ଆମର ଏହି ଚିନ୍ତାଧାରା, ମିଳିତ ଜାତିସଙ୍ଘର ଶାନ୍ତି ମିଶନରେ, ଜଳବାୟୁ ପରିବର୍ତନ ପ୍ରସଙ୍ଗରେ, ମାନବିକ ସହଯୋଗ ପ୍ରଦାନ କରିବାରେ ଅବା ପୁଣି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା ପହଂଚାଇବାରେ ମଧ୍ୟ ଦେଖିବାକୁ ମିଳୁଛି । ପରିଣାମ ସ୍ୱରୂପ ଆଜି ବିଶ୍ୱ ଦୃଷ୍ଟିକୋଣରେ ଭାରତର ଯୋଗଦାନର ପ୍ରଶଂସା ହେଉଛି ଆଉ ସମଗ୍ର ବିଶ୍ୱରେ ଆମ ଦେଶକୁ ବିଶେଷ ସମ୍ମାନ ଦୃଷ୍ଟିରେ ଦେଖାଯାଉଛି ।
ମୁଁ ଏହି କଥାକୁ ବିଶେଷ ଭାବେ ଉଲ୍ଲେଖ କରିବାକୁ ଚାହିଁବି କି ଏହି ଆଦର୍ଶର ଭିତିଭୂମିରେ, ଆମର ଗଣରାଜ୍ୟର ନିର୍ମାଣ ହୋଇଛି । ଗଣତାନ୍ତ୍ରିକ ଲକ୍ଷ୍ୟକୁ ଗଣତାନ୍ତ୍ରିକ ମାଧ୍ୟମରେ ସହଭାଗୀ ଲକ୍ଷ୍ୟକୁ ସହଭାଗୀ ସାଧନରେ, କରୁଣା ଏବଂ ସମ୍ବେଦନା ସହିତ ଜଡ଼ିତ ଲକ୍ଷ୍ୟକୁ କରୁଣା ଏବଂ ସମ୍ବେଦନାର ମାଧ୍ୟମରେ ତଥା ସାମ୍ବିଧାନିକ ଲକ୍ଷ୍ୟକୁ ସମ୍ବିଧାନ ସମ୍ମତ ସାଧନ ଦ୍ୱାରା ପ୍ରାପ୍ତ କରିବା ହିଁ, ଆମର ଗଣତନ୍ତ୍ରର ମୂଳ ଆସ୍ଥା ।
ଆମ ସମସ୍ତଙ୍କୁ ସଦା ସର୍ବଦା ଏହା ଧ୍ୟାନରେ ରଖିବା ଆବଶ୍ୟକ କି ନିଜ ସମ୍ବିଧାନ ମାଧ୍ୟମରେ, ଆମେ ଭାରତର ଲୋକମାନେ, ଏହି ସାମୂହିକ ସଂକଳ୍ପ ନେଇଛୁ କି ସମସ୍ତ ଦେଶବାସୀଙ୍କୁ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ନ୍ୟାୟ ଦେବୁ; ସମସ୍ତ ଭାରତବାସୀଙ୍କୁ ପ୍ରତିଷ୍ଠା ଏବଂ ସୁଯୋଗର ସମାନତା ଉପଲବ୍ଧ କରାଇବୁ; ପ୍ରତ୍ୟେକ ବ୍ୟକ୍ତିଙ୍କ ଗରିମା ସୁନିଶ୍ଚିତ କରିବୁ ଆଉ ଭାଇଚାରାର ଭାବନାକୁ ସୁଦୃଢ଼ କରିବୁ । ନିଜର ଏହି ସଂକଳ୍ପର ସହିତ, ଆମେ ସମସ୍ତେ ନିଜର ଗଣତନ୍ତ୍ରର ଯାତ୍ରାରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ । ମୋର ବିଶ୍ୱାସ ଅଛି କି ସାମ୍ବିଧାନିକ ଆଦର୍ଶର ବାହକ ଭାବେ ଆଗକୁ ବଢ଼ି, ଆମେ ଭାରତର ଲୋକ, ନିଜର ଗଣତନ୍ତ୍ରର ଲକ୍ଷ୍ୟକୁ ପ୍ରାପ୍ତ କରିବାରେ ନିଶ୍ଚିତ ଭାବେ ସଫଳ ହେବା ।
ଦେଶ ଆଉ ବିଦେଶରେ ରହୁଥିବା ଆପଣ ସମସ୍ତ ଭାରତବାସୀଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆପଣ ସମସ୍ତଙ୍କର ସୁଖଦ ଭବିଷ୍ୟତର ମଙ୍ଗଳ କାମନା କରୁଛି ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Casino vavada zyskuje pozytywne opinie dzięki różnorodnej ofercie obejmującej sloty, gry stołowe oraz turnieje z evolution gaming. Kasyno online oferuje bonus powitalny, darmowe spiny i bonusy oraz kody promocyjne dla nowych graczy. Obsługa klienta gaming działa sprawnie, a gracze mogą wziąć udział w promocjach dostępnych na vavada pl.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników. Opierając się na naszym doświadczeniu, platforma wyróżnia się szybkim działaniem i różnorodnością treści. Vavada Polska jest chętnie wybierana w Polsce przez szeroki wybór gier i bonusów. Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.