ଭୁବନେଶ୍ୱର :ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟଗଣତି ଗୁରୁବାର ସରିବା ପରେ ଫଳାଫଳ ଘୋଷିତ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହେବା ସହିତ ଦଳ ପାଇଁ ହାଟ୍ରିକ ବିଜୟ ଆଣିଛନ୍ତି। କେବଳ ସେତିକି ନୁହେଁ, ବିଧାନସଭା ନିର୍ବାଚନରେ ଏକ ବଡ଼ ବ୍ୟବଧାନ (୯୭ ହଜାର ୯୯୦ ଭୋଟ୍)ରେ ବିଜୟୀ ହୋଇ ରାଜ୍ୟରେ ରେକର୍ଡ଼ ସୃଷ୍ଟି କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ଏଠାରୁ ଦଳୀୟ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ମଧ୍ୟ ସେ ଢ଼େର ଅଧିକ ଭୋଟ୍ ପାଇଛନ୍ତି। ଅନ୍ୟପଟେ କଂଗ୍ରେସକୁ ଅମାନତ ହରାଇବାକୁ ପଡିଥିବାବେଳେ ଭାଜପାର ଭୋଟ କମିଛି।
ପଦ୍ମପୁର ଆର୍ଏମ୍ସି ଗୋଦାମ ହଲରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଗୁରୁବାର ପୂର୍ବାହ୍ନ ୮ଟାରୁ ଭୋଟଗଣତି ଆରମ୍ଭ ହୋଇଥିଲା। ୧୪ଟି ଟେବୁଲରେ ୨୧ରାଉଣ୍ଡ ଭୋଟ ଗଣତି ହୋଇଥିବାବେଳେ ପ୍ରତି ରାଉଣ୍ଡରେ ରୀତା ସବାଆଗରେ ରହିଥିଲେ। ସମ୍ପୂର୍ଣ୍ଣ ଗଣତି ପରେ ତାଙ୍କ ସପକ୍ଷରେ ୧ଲକ୍ଷ ୩୫ହଜାର ୯୫୭ ଖଣ୍ଡ ଭୋଟ ମିଳିଥିବା ଜଣାପଡ଼ିଥିଲା। ସେଥିମଧ୍ୟରେ ଇଭିଏମ୍ ଭୋଟ୍ ୧ଲକ୍ଷ ୩୫ହଜାର ୯୪୯, ପୋଷ୍ଟାଲ ଭୋଟ ଗୋଟିଏ ଏବଂ ଇଟିପିବିଏସ୍ ଭୋଟ୍ ୭ଟି ରହିଥିଲା। ତେବେ ରୀତାଙ୍କ ସପକ୍ଷରେ ଯାଇଥିବା ଭୋଟ୍ ସମୁଦାୟ ମତଦାନର ୭୩.୮୭ ପ୍ରତିଶତ ହୋଇଥିବାବେଳେ ବିଜେଡି ପୂର୍ବରୁ ୨ଟି ନିର୍ବାଚନରେ ଜିତିଥିଲେ ମଧ୍ୟ ଏତେସଂଖ୍ୟକ ଭୋଟ୍ ହାତେଇବାରେ ସକ୍ଷମ ହୋଇ ନ ଥିଲା। ୨୦୧୮ ଉପନିର୍ବାଚନରେ ବିଜେଡିକୁ ୧ଲକ୍ଷ ୨ହଜାର ୮୭୧(୫୬.୬୧ ପ୍ରତିଶତ) ଏବଂ ଗତ ସାଧାରଣ ନିର୍ବାଚନରେ ୧ଲକ୍ଷ ୧୦ହଜାର ୬୦୪(୫୯.୭୮ ପ୍ରତିଶତ)ଭୋଟ୍ ମିଳିଥିଲା।
ଅନ୍ୟପଟେ ଭାଜପାର ସନତ୍
କୁମାର ଗଡ଼ତିଆଙ୍କୁ କେବଳ ଯେ ପୁଣିଥରେ ନିରାଶ ହେବାକୁ ପଡ଼ିଛି ତାହା ନୁହେଁ, ଦଳର ଭୋଟ୍ ହାର ଯେଭଳି ହ୍ରାସ ପାଇଛି, ସେଥିରୁ
ରେକର୍ଡ ରଚିଲେ…
ଭାଜପା ପ୍ରତି ବିଜେପୁରବାସୀ ମୁହଁ ଫେରାଇଥିବା ଆଲୋଚନା ହେଉଛି। ୨୦୧୮ ଉପନିର୍ବାଚନରେ ଭାଜପା ଏଠାରୁ ୬୦ହଜାର ୯୩୮ (୩୩.୫୩ ପ୍ରତିଶତ), ଗତ ସାଧାରଣ ନିର୍ବାଚନରେ ୫୩ହଜାର ୪୮୨(୨୮.୯ ପ୍ରତିଶତ) ଭୋଟ ପାଇଥିବାବେଳେ ଏଥର ଦଳକୁ ମାତ୍ର ୩୭ ହଜାର ୯୬୭(୨୦.୬୩ ପ୍ରତିଶତ) ଭୋଟ୍ ମିଳିଛି। ସେହିପରି କଂଗ୍ରେସର ସ୍ଥିତି ଆହୁରି ନୈରାଶ୍ୟଜନକ ହୋଇ ପଡ଼ିଛି। ଦଳୀୟ ପ୍ରାର୍ଥୀ ଦିଲୀପ କୁମାର ପଣ୍ଡାଙ୍କ ଭୋଟ୍ ୫୮୭୩ ମଧ୍ୟରେ ସୀମିତ ରହିଛି। ଯାହାକି ସମୁଦାୟ ମତଦାନର ମାତ୍ର ୩.୧୯ ପ୍ରତିଶତ। ଅପରପକ୍ଷେ ଗତ ସାଧାରଣ ନିର୍ବାଚନରେ ଏଠାରୁ କଂଗ୍ରେସକୁ ୧୪ହଜାର ୩୪୪ ଖଣ୍ଡ ଭୋଟ (୭.୭୫ ପ୍ରତିଶତ) ଏବଂ ୨୦୧୮ ଉପନିର୍ବାଚନରେ ୧୦ହଜାର ୨୭୪ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି ହିନ୍ଦୁ ମହାସଭା ପ୍ରାର୍ଥୀ ଅଶୋକ କୁମାର ମିତ୍ତଲଙ୍କୁ ୧୨୧୯ ଏବଂ ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତଙ୍କୁ ୧୦୫୩ ଖଣ୍ଡ ଭୋଟ ମିଳିଛି। ନୋଟାରେ ୧୯୮୨ ଖଣ୍ଡ ଭୋଟ୍ ପଡ଼ିଥିବା ଜଣାପଡିଛି
ରେକର୍ଡ ରଚିଲେ ରୀତା
2 Comments
2 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
W katalogu gier znajdują się znane produkcje, w tym Chicken Road 2, Fire Joker, Funky Time, Dog House 1000 czy Energy Joker: Hold and Win. Od momentu startu projektu w 2019 roku platformie zaufało już ponad 350 000 użytkowników. Serwis działa na podstawie licencji wydanej przez regulatora z Curaçao, co zapewnia zgodność z europejskimi standardami branży iGaming. Ambicją marki jest oferowanie jakości usług, która może skutecznie konkurować z popularnymi serwisami pokroju TotalCasino.