ଭୁବନେଶ୍ୱର: ଲୋକସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଝଟକା ଲାଗିଛି। ରାଜ୍ୟ ଉପସଭାପତି ରାଜକିଶୋର ଦାସ ଦଳ ଛାଡ଼ିଛନ୍ତି। ସେ ନିଜ ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି। ଏଥିସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ରାଜକିଶୋର ମୟୂରଭଞ୍ଜ ଜିଲାରେ ବିଜେପି ପାଇଁ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଥିଲେ। ସେ ମୋର ବିଧାନସଭା ଆସନରୁ ତିନି ଥର ପ୍ରାର୍ଥୀ ହୋଇ ହାରିଥିଲେ। ଚଳିତ ନିର୍ବାଚନରେ ମୋର ର୍ନିବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଥିଲେ। ତେବେ ଜିଲାର ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀର ଟିକେଟ ଘୋଷଣା ହୋଇଥିଲେ ମଧ୍ୟ ମୋର ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇ ନ ଥିବାରୁ ସେ ଅସନ୍ତୋଷ ଥିଲେ। ଭାଜପା ଛାଡିବା ପରେ ସେ କେଉଁ ଦଳରେ ଯୋଗଦେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଭାଜପାକୁ ଝଟକା: ରାଜ୍ୟ ଉପସଭାପତି ରାଜକିଶୋର ଦାସ ଛାଡ଼ିଲେ ଦଳ
Leave a Comment
Leave a Comment
- Advertisement -
Stay Connected
Comment
- Larryswids on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- LymanZelry on କୋଇଲା ଖଣିରେ ଅଭାବନୀୟ ଘଟଣା
- sildenafil in stores on ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ
- AubreyGeApe on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- JamesPaw on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
