ଭଣ୍ଡାରିପୋଖରୀ: ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଜନ ସାଧାରଣଙ୍କ ଚର୍ଚ୍ଚା ଓ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ସେତେ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଲୋକସଭା ନିର୍ବାଚନ କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କୁ ନେଇ ଦୈନିକ ନୂଆ ନୂଆ ଗୁଞ୍ଜରଣ ସାମ୍ନାକୁ ଆସୁଛି । ଭଦ୍ରକ ଲୋକସଭା କ୍ଷେତ୍ରଟି ସଂରକ୍ଷିତ ହୋଇଥିବା ବେଳେ ବୟୋଜ୍ୟେଷ୍ଠ ନେତା ଅର୍ଜୁନ ଚରଣ ସେଠୀ ବର୍ତ୍ତମାନ ଏଠାରୁ ସାଂସଦ ଅଛନ୍ତି । ଶ୍ରୀ ସେଠୀ ଲଗାତାର ବିଜେଡି ଟିକେଟରୁ ନିର୍ବାଚନ ଜିଣି ସଂସଦକୁ ଯାଉଥିବା ବେଳେ ବୟସାଧିକ କାରଣ ଯୋଗୁଁ ସେ ଆଉ ପ୍ରାର୍ଥୀ ହେବେନାହିଁ ବୋଲି ଆଲୋଚନା ହେଉଛି । ଉକ୍ତ ଆସନରୁ ବିଜେଡିର ଲୋକସଭା ପ୍ରାର୍ଥୀ ପାଇଁ ଭଣ୍ଡାରିପୋଖରୀ ବ୍ଲକର ଯୁବ ନେତା ଗଗନ ବିହାରୀ ସେଠୀ ଆଶା ବାନ୍ଧିଥିବା ନିକଟତମ ସୂତ୍ରରୁ ଜଣାପଡ଼ିଛି । ଶ୍ରୀ ସେଠୀଙ୍କ ସମର୍ଥକମାନେ ଏ ସଂପର୍କରେ ଭଦ୍ରକ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିକଟକୁ ଦରଖାସ୍ତ ମଧ୍ୟ ଦେଇଛନ୍ତି । ବର୍ତ୍ତମାନ ସାଂସଦ ଥିବା ଅର୍ଜୁନ ବାବୁ ଯଦି ନିର୍ବାଚନରୁ ଦୂରେଇ ଯାଆନ୍ତି ତାହେଲେ ସାଂସଦ ପ୍ରାର୍ଥୀ ପାଇଁ ଗଗନ ସେଠୀଙ୍କ ନାମକୁ ଦଳୀୟ ସୁପ୍ରିମୋଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ସମର୍ଥକମାନେ ପର୍ଯ୍ୟବେକ୍ଷକଙ୍କ ନିକଟରେ ଦାବି ଜଣାଇଛନ୍ତି । ଗଗନ ବାବୁ ବାଲିପୋଖରୀ ପଞ୍ଚାୟତ ବାସିନ୍ଦା ହୋଇଥିବା ବେଳେ ୧୯୯୭ ରୁ ୨୦୦୨ ସମିତି ସଦସ୍ୟ, ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ୨୪ ନଂ. ଜୋନ୍ରୁ ଜିଲ୍ଲାପରିଷଦ ସଦସ୍ୟ ଭାବେ ଦଳୀୟ ଟିକେଟରୁ ନିର୍ବାଚନ ଜିତି ଲୋକଙ୍କର ବିଶ୍ୱାସଭାଜନ ହୋଇପାରିଛନ୍ତି । ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବାଲିପୋଖରୀ ପଞ୍ଚାୟତର ସରପଞ୍ଚ ଭାବେ ତାଙ୍କ ପତ୍ନୀ ରଂଜୁଲତା ସେଠୀ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ଶ୍ରୀ ସେଠୀ ଜିଲ୍ଲାର ସମସ୍ତ ନେତା ଓ କର୍ମୀମାନଙ୍କ ନିକଟରେ ଚିହ୍ନା ମୁହଁ ହୋଇଥିବା ବେଳେ ସମସ୍ତଙ୍କର ବିଶ୍ୱାସର ପାତ୍ର ମଧ୍ୟ ଅଟନ୍ତି । ବିଶେଷକରି ଦଳୀୟ କାର୍ଯ୍ୟକ୍ରମରେ ସେ ସର୍ବଦା ଆଗରେ ଥାଆନ୍ତି । ଅଦ୍ୟାବଧି କୌଣସି ଦଳୀୟ କିମ୍ବା ଦୁର୍ନୀତି ବିବାଦରେ ତାଙ୍କ ନାମ ଆସିନାହିଁ । ଏହି ଦୃଷ୍ଟିରୁ ଗଗନ ସେଠୀଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ମନୋନୀତ କରିବା ପାଇଁ ସମର୍ଥକମାନେ ପର୍ଯ୍ୟବେକ୍ଷକଙ୍କ ନିକଟରେ ଅନୁରୋଧ କରିଛନ୍ତି । ଏହାପରେ ମଧ୍ୟ ଅନେକ ପ୍ରାର୍ଥୀଙ୍କ ନାମ ଚର୍ଚ୍ଚାକୁ ଆସୁଛି । ଏବେ ଏବେ ଭାରତୀୟ ପ୍ରଶାସନିକ ସେବାରୁ ଅବ୍ୟାହତି ନେଇ ସମାଜ ସେବା ମାଧ୍ୟମରେ ରାଜନୀତିରେ ପ୍ରବେଶ କରୁଥିବା ବିଜୟ ମଲ୍ଲିକଙ୍କ ନାମ ବିଜେଡିର ସାଂସଦ ପ୍ରାର୍ଥୀ ଭାବେ ଚର୍ଚ୍ଚାକୁ ଆସୁଛି । ଶ୍ରୀ ମଲ୍ଲିକ ବାସୁଦେବପୁର ବ୍ଲକ ପଢ଼ୁଆ ପଞ୍ଚାୟତର ବାସିନ୍ଦା ହୋଇଥିବା ବେଳେ ୧୯୯୦ ମସିହାରେ ଭାରତୀୟ ରେଭିନ୍ୟୁ ସେବାରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପଶ୍ଚିମବଙ୍ଗରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସମାଜ ସେବା ମାଧ୍ୟମରେ ରାଜନୀତିକୁ ପ୍ରବେଶ କରିଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତକରି ସଭା ସମିତଗୁଡ଼ିକରେ ଯୋଗ ଦେଉଥିବା ବେଳେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଉପସ୍ଥିତ ରହୁଥିବା ଜଣାପଡ଼ିଛି । ତାଙ୍କୁ ମଧ୍ୟ ବିଜେଡ଼ି ପ୍ରାର୍ôଥ କରିପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଯଦିଓ ବିଧିବଦ୍ଧ ଭାବେ ଶ୍ରୀ ମଲ୍ଲିକ ବିଜେଡ଼ିରେ ଯୋଗ ଦେଇନାହାଁନ୍ତି । ସେହିଭଳି ଧାମନଗର ବିଧାୟକ ଥିବା ମୁକ୍ତିକାନ୍ତ ମଣ୍ଡଳ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଇଛି । କାରଣ ଶ୍ରୀ ମଣ୍ଡଳଙ୍କୁ ବିଜେଡିର ଗୋଟିଏ ବୃହତ୍ ଗୋଷ୍ଠୀ ଧାମନଗରରେ ବିରୋଧ କରୁଥିବାରୁ ସେ ସେଠାରେ ଆଉ ସୁରକ୍ଷିତ ମଣୁନାହାନ୍ତି । ତେଣୁ ସାଂସଦ ହେବା ପାଇଁ ମନ ବଳାଇଥିବା ଚର୍ଚ୍ଚା ହେଉଛି । ଏହାପରେ ବି ସାଂସଦ ଅର୍ଜୁନ ସେଠୀଙ୍କ ତନୟ ଅଭିମନ୍ୟୁ ମଧ୍ୟ ବାପାଙ୍କ ଶୂନ୍ୟସ୍ଥାନ ପୂରଣ ପାଇଁ ଆଶା ବାନ୍ଧିଛନ୍ତି । ସାଂସଦ ଏବାବଦରେ ଦଳୀୟ ସୁପ୍ରିମୋଙ୍କୁ କହିଥିବା ନିକଟତମ କର୍ମୀଙ୍କଠାରୁ ପ୍ରକାଶ । ଯଦିଓ ଏବାବଦରେ ହାଇକମାଣ୍ଡଙ୍କଠାରୁ କୌଣସି ସଂକେତ ଆସିନାହିଁ । ଏହିସବୁ ଚର୍ଚ୍ଚା ମଧ୍ୟରେ ଭଦ୍ରକ ଲୋକସଭା କ୍ଷେତ୍ରପାଇଁ ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଭଦ୍ରକ ଲୋକସଭା କ୍ଷେତ୍ରରେ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା
- Advertisement -

Wondrful items from you, man. I’ve be awsre youur stuff
previou too annd you’re somply tooo excellent. I really
like wha you’ve reeived here, realply ike wht you’re
stwting andd thhe way in which duriung which you ssay
it. You makee iit enjoyable and you contknue to caree for tto
stawy itt sensible. I can’t wait too ead faar
more from you. Thhis iss actuallly a grezt website. xnxx