ଭୁବନେଶ୍ୱର ; ବିବାଦୀୟ ନେତା ତଥା କଥା କହିବା ସମୟରେ ନିଜର ବାକ୍ ସଂଯମତା ହରାଇ ଚର୍ଚ୍ଚାରେ ରହୁଥିବା ପୂର୍ବତନ ନେତା ଡାକ୍ତର ଦାମୋଦର ରାଉତ ପୁଣି ଏବେ ଦଳ ଗଠନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବିଜେଡିରୁ ବହିଷ୍କୃତ ହେବା ପରେ ସମତା କ୍ରାନ୍ତି ଦଳର ମୁଖ୍ୟ ବ୍ରଜକିଶୋର ତ୍ରିପାଠୀଙ୍କ ସହ ମିଶି ‘ବିଜୁ ସମତା କ୍ରାନ୍ତି’ ଦଳ ଗଠନ ପାଇଁ ନଭେମ୍ବର ୨୩ ତାରିଖରେ ଡାକ୍ତର ରାଉତ ଘୋଷଣା କରିଥିଲେ । କିନ୍ତୁ ‘ବିଜୁ ସମତା କ୍ରାନ୍ତି’ ଦଳ ଗଠନ ହେବା ପୂର୍ବରୁ ହିଁ ଲୀନ ହୋଇଯାଇଛି । ଡାକ୍ତର ରାଉତ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ ‘ବିଜୁ ସମତା କ୍ରାନ୍ତି’ ଦଳରେ ଯୋଗ ଦେବାକୁ ଅସ୍ୱୀକାର କରିବା ସହ ଦଳ ଛାଡି ନିଜର ଏକ ନୂଆ ଦଳ ଗଠନ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।
ଡାକ୍ତର ରାଉତଙ୍କ କହିବା ଅନୁସାରେ ଏପର୍ୟ୍ୟନ୍ତ ସେ ନିଜେ ମଧ୍ୟ କୌଣସି ଦଳର ସଦସ୍ୟ ହୋଇନାହାନ୍ତି। ‘ବିଜୁ ସମତାକ୍ରାନ୍ତି ଦଳ’ ପରି ନୂଆ ଦଳ ଗଠନ ପାଇଁ ନିର୍ବାଚନ କମିଶନଙ୍କ ପାଖରେ କୌଣସି ଆବେଦନ ହୋଇନାହିଁ । ଯେହେତୁ ବିଜୁ ସମତା କ୍ରାନ୍ତି ଦଳର ରୂପରେଖ ସ୍ପଷ୍ଟ ହେଲାନି ଓ ସେ ସମତା କ୍ରାନ୍ତି ଦଳରେ ହିଁ ସାମିଲ ହେଉଥିବା କଥା ଲୋକେ ଜାଣିଲେ, ସ୍ୱାଭାବିକ ଭାବେ ତାଙ୍କ ସମର୍ଥକମାନେ ଏହାକୁ ପସନ୍ଦ କଲେନି। ଦାମବାବୁ ଗୋଟିଏ ନୂଆ ଦଳ ଗଠନ କରନ୍ତୁ ବୋଲି ସମର୍ଥକମାନେ ଚାହୁଁଛନ୍ତି । ଗୋଟିଏ ସମ୍ପୂର୍ଣ୍ଣ ନୂଆ ଦଳ ହେଉ ଏବଂ ନୂଆ ଦଳର ସଭାପତି ମଧ୍ୟ ରହିବାକୁ ସେ ଇଚ୍ଛୁକ ନୁହନ୍ତି। ଦଳର ସଭାପତି ଅନ୍ୟ କେହି ହୁଅନ୍ତୁ ଓ ତାଙ୍କୁ ବ୍ୟବହାର କରାଯାଉ ବୋଲି ସେ ଚାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।
ଡାକ୍ତର ରାଉତଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ବ୍ରଜକିଶୋର ତ୍ରିପାଠୀ କହିଛନ୍ତି ଯେ, ସମତାକ୍ରାନ୍ତି ଦଳ ଏବେ ରହିଛି ଓ ରହିବ ମଧ୍ୟ। ସମତାକ୍ରାନ୍ତି ଦଳରେ ମିଶି କାମ କରିବାକୁ ଦାମବାବୁ ଆଗ୍ରହ ଦେଖାଇଥିଲେ ଓ ସେଥିପାଇଁ ନାଁ ସଂଶୋଧନର ପ୍ରସ୍ତାବ ଦେଇଥିଲେ। ଯାହାକୁ ଗ୍ରହଣ ମଧ୍ୟ କରାଯାଇଥିଲା।ଏବେ ଦାମବାବୁ କ’ଣ କହୁଛନ୍ତି ତାହା ସେ ଜାଣନ୍ତି ନାହିଁ। ତାଙ୍କ ଚିନ୍ତାଧାରା ସହ ସମତାକ୍ରାନ୍ତି ଦଳର କିଛି ସମ୍ପର୍କ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।ଦାମବାବୁ ସେଥିରେ ରହିବେ କି ନାହିଁ ତାହା ତାଙ୍କର ବ୍ୟକ୍ତିଗତ ଇଚ୍ଛା। ତେବେ ଏହି ସବୁ କଥା ସ୍ପଷ୍ଟ କରିଦେଉଛି ଯେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ତେବେ ସମସ୍ୟା ଯାହାବି ହେଉ କିନ୍ତୁ ରାଜନୀତିଜ୍ଞଙ୍କ ଆକଳନ ଅନୁସାରେ ବାସ୍ତବରେ ଦାମବାବୁ ଦଳ ଗଠନ ନୁହେଁ ବରଂ ବିରୋଧୀ ଦମ ବିଜେପି କିମ୍ବା କଂଗ୍ରେସରେ ଯୋଗ ଦେବାର ଇଏ ଏକ ନୂଆ ପ୍ରକ୍ରିୟା । ତେବେ ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦାମ ବାବୁଙ୍କ ଏ ନୂଆ ନୀତି ତାଙ୍କ ପାଇଁ କେତେ ଦୂର ଫଳପ୍ରଦ ହେବ ଦେଖିବାକୁ ବାକି ରହିଲା ।
ଦାମ ଓ ବ୍ରଜ ମଧ୍ୟରେ ଫାଟ,ଦାମ ଗଢିପାରନ୍ତି ନୂଆ ଦଳ!
4 Comments
4 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Zanurz się w fascynujący świat kasyna online Slottica, popularnej platformy hazardowej, która zdobyła uznanie graczy w ponad 15 krajach Europy, w tym w Polsce, Niemczech i Czechach. Nasza oferta obejmuje przeszło 8500 gier kasynowych od czołowych dostawców, takich jak Games Global, Play’n GO, Pragmatic Play czy EGT. Znajdziesz tu zarówno klasyczne automaty w stylu Book of Dead czy Sizzling Hot Deluxe, jak i nowoczesne sloty z progresywnymi jackpotami, np. Mega Moolah, a także gry stołowe i emocjonujące rozgrywki na żywo z krupierami od Evolution Gaming. Możesz także pobrać naszą oficjalną aplikację, zalogować się na swoje konto lub założyć nowe.
Witamy w polskim legalnym internetowym kasynie Slottica – miejscu stworzonym dla hazardzistów online w Polsce! Casino Slotica w polskiej wersji językowej otwiera przed Tobą świat pełen emocjonujących gier za darmo i atrakcyjnych nagród bez rejestracji. Strona przyciąga nowych użytkowników między innymi premią powitalną 25 zł bez konieczności wpłaty depozytu. W badaniu przeprowadzonym wśród ponad 8500 graczy wielu z nich wskazało Slottica jako jedną z najciekawszych stron z automatami online dostępnych w Polsce.
Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.