ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ସ୍ବାସ୍ଥ୍ୟମନ୍ତ୍ରାଳୟ ରିପୋର୍ଟ ମୁତାବକ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୧ରେ ପହଞ୍ଚିଛି। ଏଥିରୁ ୧୩୨୯୫ ସକ୍ରିୟ ମାମଲା ଥିବା ବେଳେ ୨୩୦୨ ଜଣ ସୁସ୍ଥ ହୋଇସାରିଛନ୍ତି। କରୋନା ମହାମାରୀରେ ଏ ପର୍ଯ୍ୟନ୍ତ ଦେଶରେ ୫୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୩୩୪ ନୂଆ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ସଂକ୍ରମଣ ଅଧିକ ବ୍ୟାପୁଥିବା ଲକ୍ଷ୍ୟ କରାଯାଇଛି। ଗୁଜରାଟରେ ଆଜି କରୋନାର ୨୨୮ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଶନିବାର ଗୁଜରାଟରେ ୨୭୭ଟି ମାମଲା ଚିହ୍ନଟ ହୋଇଥିଲା। ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ସହ ଅତିକ୍ରମ କରାଯାଇଛି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ୩୨୮ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଦିଲ୍ଲାରେ ୧୮୬, ୟୁପିରେ ୧୨୫ ଏବଂ ରାଜସ୍ଥାନରେ ୧୨୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଉତ୍ତରପ୍ରଦେଶର ସାହରଣପୁରରେ ଆଜି ୧୭ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଆତଙ୍କ ଖେଳିଯାଇଛି। ଏଠାରେ ଆଜି ସୁଦ୍ଧା ୮୦ ଜଣ ଆକ୍ରାନ୍ତ ହୋଇଥିବାରୁ ସମଗ୍ର ଜିଲ୍ଲାକୁ ରେଡ୍ ଜୋନ୍ରେ ରଖାଯାଇଛି। ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ଅଂଚଳରେ ରାପିଡ୍ ଟେଷ୍ଟିଂ ଆରମ୍ଭ ହୋଇଯାଇଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଶହ ଅତିକ୍ରମ କଲାଣି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଭାରତ ଯୁଦ୍ଧସ୍ତରରେ କୋଭିଡ-୧୯ ସଙ୍କଟର ମୁକାବିଲା କରୁଛି। ତବ୍ଲିଗି ଜମାତ ପାଇଁ ଦେଶରେ କରୋନା ସଂକ୍ରମଣ ୩୦ ପ୍ରତିଶତ ବଢ଼ିଛି। ତାମିଲନାଡ଼ୁରେ ୮୪ ପ୍ରତିଶତ ସଂକ୍ରମଣ ତବ୍ଲିଗି ଜମାତ ସଂପର୍କିତ ଥିବା ବେଳେ ଦିଲ୍ଲୀରେ ଏହା ୬୩ ପ୍ରତିଶତ ଏବଂ ଆନ୍ଧ୍ର ପ୍ରଦେଶରେ ୬୧ ପ୍ରତିଶତ ବୋଲି ଜଣାପଡ଼ିଛି। ହରିଦ୍ବାର ଏବଂ ନୈନିତାଲକୁ ଆଜି ସରକାର କରୋନା ରେଡଜୋନ୍ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶରେ ଲକ୍ଡାଉନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସଂପୃକ୍ତ ରାଜ୍ୟ ସରକାରମାନେ ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟକର୍ମୀ ଏବଂ ପୁଲିସ ବାହିନୀ ଉପରେ ଆକ୍ରମଣ ହେଲେ ତୁରନ୍ତ ଏନ୍ଏସ୍ଏ ଲାଗୁ ହେବ ବୋଲି କୁହାଯାଇଛି।

My brother suhgested I migbht like thiis website. He usedd too bee entirwly
right. Thiis post actually made mmy day. Yoou cann’t imagine
simply hoow so much tkme I hadd spent forr this information! Thanks!