ଭୁବନେଶ୍ବର : ଦୀର୍ଘ ଦିନର କସରତ ପରେ କାବୁ ହେଲା ନରହନ୍ତା ଦନ୍ତା । ଶେଷ ହେଲା ‘ଅପରେସନ ଗଜରାଜ’ । ଦନ୍ତା ହାତୀକୁ କାବୁ କଲା ବନବିଭାଗ ।ଦୀର୍ଘ ୯ ଦିନ ଧରି ଯାଜପୁର ଦାନଗଦୀ ଅଞ୍ଚଳରେ ଉତ୍ପାତ ଚଳାଇଥିବା ହାତୀକୁ ଟ୍ରାଙ୍କୁଲାଇଜ୍ କରି କାବୁ କଲା ବନବିଭାଗ । ଏହି ଦନ୍ତା ୪ ଜଣଙ୍କୁ ଦଳି ଦେଇଥିବା ବେଳେ ୮ ଜଣଙ୍କୁ ଗୁରୁତର ଆହତ କରିଥିଲା । ଦନ୍ତାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା । ଏହାକୁ କାବୁ କରିବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଫଳରେ ଗତକାଲି ଦିନ ୧୨ ଟା ବେଳେ ହାତୀକୁ କାବୁ କରିବା ପାଇଁ ଆରମ୍ଭ ହୋଇଥିଲା ‘ଅପରେସନ ଗଜରାଜ’ । ଦନ୍ତାକୁ ୩ ଥର ଟ୍ରାଙ୍କୁଲାଇଜ୍ କରିବା ପରେ ହାତୀକୁ କାବୁ କରିପାରିଥିଲା ବନବିଭାଗ । ଦନ୍ତା କାବୁ ହେଲା ପରେ ଲୋକଙ୍କ ଭିତରେ ଆଶ୍ୱସ୍ଥି ଆସିଛି । ଘଟଣାସ୍ଥଳରେ କୌଣସି ଅପ୍ରିତିକର ପରିସ୍ଥିତି ଯେଭଳି ନହୁଏ ସେଥିପାଇଁ ଶତାଧିକ ବନକର୍ମଚାରୀ ଓ ପୋଲିସ ଉପସ୍ଥିତ ଅଛନ୍ତି । ହାତୀର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯିବ ।
ଶେଷ ହେଲା ‘ଅପରେସନ ଗଜରାଜ’ : କାବୁ ହେଲା ନରହନ୍ତା ଦନ୍ତା
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- RobertBiorb on ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି
- RobertBiorb on ଘରେ ପସ୍ତୁତ କରନ୍ତୁ ….ବ୍ରେଡ୍ ପୁଡିଂ ।
- RobertBiorb on ମଧ୍ୟପ୍ରଦେଶ ରାଜନୀତି ସରଗରମ: ଶକ୍ତି ପରୀକ୍ଷା ନେଇ ଅନିଶ୍ଚିତତା
- RobertBiorb on କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର , ଅପରାଧୀ ଲିଟୁ ଆହତ
- RobertBiorb on ଭୁବନେଶ୍ବରର ଏକ ହୋଟେଲରୁ ଠାବ ହେଲେ ଫେରାର କରୋନା ସନ୍ଦିଗ୍ଧ , କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
