ଲକ୍ଷ୍ନୌ: ମହିଳାଙ୍କୁ ବାଟରେ ଜାଳିଲେ ଦୁର୍ବୃତ୍ତ । ଏଭଳି ଦୁଖଃଦ ଘଟଣା ଘଟିଛି ଉତ୍ତର ପ୍ରଦେଶର ସୀତାପୁରଠାରେ । ସୂଚନା ମୁତାବକ, ମହିଳା ଜଣଙ୍କ ସହ ପ୍ରଥମେ ନଭେମ୍ବର ୨୯ରେ ଅସଦାଚାରଣ ହୋଇଥିଲା। ଏନେଇ ସେ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ ଶୁଣି ନଥିଲେ । ତେଣୁ ପୁଣି ମହିଳା ଜଣଙ୍କ ଶନିବାର ରାତିରେ ପୁଲିସ୍ ନିକଟରେ ଏଫ୍ଆଇଆର୍ ରୁଜୁ କରିବାକୁ ଯାଉଥିଲେ। କିନ୍ତୁ ଏକ ଆଖୁ କିଆରୀ ନିକଟରେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଅଟକାଇବା ସହ ତାଙ୍କୁ ଗାଳି ଗୁଲଜ କରିଥିଲେ। ଏହାପରେ ମହିଳାଙ୍କ ଉପରେ କିରାସିନ ଢାଳି ଜୀଅନ୍ତା ଜାଳି ଦେଇଥିଲେ। ତେବେ ମହିଳାଙ୍କ କାନ୍ଦ ଶୁଣି କିଛି ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ସୀତାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ଶରୀରର ୬୦ ଭାଗ ପୋଡ଼ି ଯାଇଥିବା ଜଣାପଡ଼ିଛି। ସେପଟେ ଏହି ଘଟଣାରେ ତମବୋର ଏସ୍ଏଚ୍ଓ ଓମ ପ୍ରକାଶ ସରୋଜ ଓ ହେଡ୍ କନଷ୍ଟେବଲ୍ଙ୍କୁ କାର୍ୟ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି।
ମହିଳାଙ୍କୁ ବାଟରେ ଅଟକାଇ କିରୋସିନୀ ଢାଳି ଜାଳିଲେ ଦୁର୍ବୃତ୍ତ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- StevenLah on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- Hoseaabilk on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- JustinThype on ଭୁବନେଶ୍ୱର ଓ କଟକରେ ୬୫୦ ଶଯ୍ୟାବିଶିଷ୍ଟ କୋଭିଡ୍ ହସପିଟାଲ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ
- 1win_ybOa on କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନେଇ ଦିଲ୍ଲୀରେ ଗର୍ଜିଲା ବିଜେଡି !
- JustinThype on ସୁସ୍ଥ ହେଲେ ମହାପ୍ରଭୁ : ପିନ୍ଧିଲେ ରକ୍ତବସ୍ତ୍ର, ଲାଗି ହେଲା ଦଶମୂଳ
