ଲକ୍ଷ୍ନୌ: ମହିଳାଙ୍କୁ ବାଟରେ ଜାଳିଲେ ଦୁର୍ବୃତ୍ତ । ଏଭଳି ଦୁଖଃଦ ଘଟଣା ଘଟିଛି ଉତ୍ତର ପ୍ରଦେଶର ସୀତାପୁରଠାରେ । ସୂଚନା ମୁତାବକ, ମହିଳା ଜଣଙ୍କ ସହ ପ୍ରଥମେ ନଭେମ୍ବର ୨୯ରେ ଅସଦାଚାରଣ ହୋଇଥିଲା। ଏନେଇ ସେ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ ଶୁଣି ନଥିଲେ । ତେଣୁ ପୁଣି ମହିଳା ଜଣଙ୍କ ଶନିବାର ରାତିରେ ପୁଲିସ୍ ନିକଟରେ ଏଫ୍ଆଇଆର୍ ରୁଜୁ କରିବାକୁ ଯାଉଥିଲେ। କିନ୍ତୁ ଏକ ଆଖୁ କିଆରୀ ନିକଟରେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଅଟକାଇବା ସହ ତାଙ୍କୁ ଗାଳି ଗୁଲଜ କରିଥିଲେ। ଏହାପରେ ମହିଳାଙ୍କ ଉପରେ କିରାସିନ ଢାଳି ଜୀଅନ୍ତା ଜାଳି ଦେଇଥିଲେ। ତେବେ ମହିଳାଙ୍କ କାନ୍ଦ ଶୁଣି କିଛି ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ସୀତାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ଶରୀରର ୬୦ ଭାଗ ପୋଡ଼ି ଯାଇଥିବା ଜଣାପଡ଼ିଛି। ସେପଟେ ଏହି ଘଟଣାରେ ତମବୋର ଏସ୍ଏଚ୍ଓ ଓମ ପ୍ରକାଶ ସରୋଜ ଓ ହେଡ୍ କନଷ୍ଟେବଲ୍ଙ୍କୁ କାର୍ୟ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି।
ମହିଳାଙ୍କୁ ବାଟରେ ଅଟକାଇ କିରୋସିନୀ ଢାଳି ଜାଳିଲେ ଦୁର୍ବୃତ୍ତ !
Leave a Comment
Leave a Comment
- Advertisement -
Stay Connected
Comment
- melbet_ibkt on କାନ୍ଥରେ ବାଜିଲା ଏୟାର ଇଣ୍ଡିଆ ବିମାନ ଡେଣା
- 1win_paPn on ଆଜିର ରାଶିଫଳ
- melbet_hhkt on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- mostbet_xver on ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ
- mostbet_uxpt on ଖାରବେଳଙ୍କୁ ଆକ୍ରମଣ ଘଟଣା : ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା
