ଇସଲାମାବାଦ, ୨୮/୧୧ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଆଜି କରତାରପୁର କରିଡରର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାକିସ୍ତାନର ସେନା ପ୍ରମୁଖ ଜେନେରାଲ କମର ଜାେୱଦ ବାଜବା ଯୋଗ ଦେଇଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଭାରତ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ଏବଂ ହରଦୀପ ସିଂହ ପୁରୀଙ୍କୁ ପଠାଯାଇଥିବା ବେଳେ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଇମରାନଙ୍କ ନିମନ୍ତ୍ରଣ କ୍ରମେ ଏଥିରେ ଯୋଗ ଦେଇଛନ୍ତି । ପାକିସ୍ତାନର କରତାରପୁର ସାହିବ ଭାରତର ଡେରାବାବା ନାନକଠାରୁ ପାଖାପାଖି ୪ କିମିଦୂରରେ ଅବସ୍ଥିତ । ଏହି କରିଡର ଜରିଆରେ ଭାରତର ଶିଖ ଶ୍ରଦ୍ଧାଳୁଙ୍କୁ ବିନା ଭିଜାରେ କରତାରପୁର ଯିବାକୁ ସୁବିଧା ମିଳିବ । ଭାରତରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସୋମବାର କରତାରପୁର କରିଡରର ଶିଳାନ୍ୟାସ କରିଥିଲେ ।
କରତାରପୁର କରିଡରର ଶିଳାନ୍ୟାସ କଲେ ପାକ୍ ଇମରାନ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mismar 60 on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- Brucelef on ଭିଜିଲାନସର ଚଢଉ !
- Danielwew on କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ସହ ମାର୍ଚ୍ଚ ୩୧ ତାରିଖ ଯାଏଁ ସବୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି
- Vanceusawl on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- Brucelef on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
