ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧,୦୩୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ନେଇ ଅନେକେ ଚିନ୍ତା ପ୍ରକଟ କରିଛନ୍ତି। କେବଳ ସେତିକି ନୁହେଁ ୨୪ ଘଣ୍ଟାରେ ୪୦ ଜଣଙ୍କ ମୃତ୍ୟୁ ମଧ୍ୟ କରୋନା ସ୍ଥିତିକୁ ଆହୁରି ଗମ୍ଭିର କରିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶନିବାର ସକାଳ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୭,୪୪୭ରେ। ଏମାନଙ୍କ ମଧ୍ୟରୁ ୬,୫୬୫ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୬୪୩ ଜଣ ସୁସ୍ଥ ହୋଇଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ସେହିପରି କରୋନା ସଂକ୍ରମଣରେ ଏବେସୁଦ୍ଧା ୨୩୯ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି। ମହାରାଷ୍ଟ୍ରରେ ସର୍ବାଧିକ ୧,୫୭୪ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୮୮ ଜଣ ସୁସ୍ଥ ହୋଇଛନ୍ତି ଓ ୧୧୦ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ସେହିପରି ତାମିଲନାଡୁରେ ୯୧୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।
ଦେଶରେ ଗତ ୨୪ ଘଣ୍ଟାରେ ୧,୦୩୫ ନୂଆ କରୋନା ସଂକ୍ରମିତ ଚିହ୍ନଟ
Leave a Comment
Leave a Comment
- Advertisement -
Stay Connected
Comment
- Anthonyheeva on ୧୫ ଦିନ ପାଇଁ ବଢ଼ିଲା ସର୍ବକ୍ଷମା ଅବଧି
- JamesSox on ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପିଟିଲେ, ଆଜି କେନ୍ଦ୍ରାପଡ଼ାରେ ରାଜରାସ୍ତାରେ ହାଣିଲେ !
- Georgeslelm on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- Claudesmase on ବସ୍ରୁ ୨୨କେଜି ଗଞ୍ଜେଇ ଜବତ, ୨ଗିରଫ
- Juddflelo on ଆଜିର ରାଶିଫଳ
