ଇସଲାମାବାଦ, ୨୮/୧୧ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଆଜି କରତାରପୁର କରିଡରର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାକିସ୍ତାନର ସେନା ପ୍ରମୁଖ ଜେନେରାଲ କମର ଜାେୱଦ ବାଜବା ଯୋଗ ଦେଇଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଭାରତ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ଏବଂ ହରଦୀପ ସିଂହ ପୁରୀଙ୍କୁ ପଠାଯାଇଥିବା ବେଳେ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଇମରାନଙ୍କ ନିମନ୍ତ୍ରଣ କ୍ରମେ ଏଥିରେ ଯୋଗ ଦେଇଛନ୍ତି । ପାକିସ୍ତାନର କରତାରପୁର ସାହିବ ଭାରତର ଡେରାବାବା ନାନକଠାରୁ ପାଖାପାଖି ୪ କିମିଦୂରରେ ଅବସ୍ଥିତ । ଏହି କରିଡର ଜରିଆରେ ଭାରତର ଶିଖ ଶ୍ରଦ୍ଧାଳୁଙ୍କୁ ବିନା ଭିଜାରେ କରତାରପୁର ଯିବାକୁ ସୁବିଧା ମିଳିବ । ଭାରତରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସୋମବାର କରତାରପୁର କରିଡରର ଶିଳାନ୍ୟାସ କରିଥିଲେ ।
କରତାରପୁର କରିଡରର ଶିଳାନ୍ୟାସ କଲେ ପାକ୍ ଇମରାନ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Dannytub on ଆଜିର ରାଶିଫଳ
- 1win_yqOr on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- 1win_sgOr on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- 1win_sbOr on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- 1win_xlOr on ଗତ ୨୪ ଘଣ୍ଟା ଭିତରେ କରୋନା ନିର୍ଦେଶାବଳୀ ଉଲ୍ଲଂଘନ ପାଇଁ ଓଡ଼ିଶାରେ୨୪୫ ବିରୋଧରେ ମାମଲା
