ତାଳଚେର : ନାବାଳିକାର ସାହସିକତା ବଞ୍ଚାଇଦେଲା ସାଙ୍ଗର ଜୀବନ । କଥାରେ ଅଛି ବନ୍ଧୁର ଜାଗା କେହି ନେଇପାରନ୍ତି ନାହିଁ । ଭଲ ବନ୍ଧୁଟିଏ ଥିଲେ ବିପଦ ଆପଦକୁ ସାମ୍ନା କରିବାକୁ ସାହସ ମିଳିଥାଏ । ଯେମିତି ବାପା,ମା, ଭାଇ. ଭଉଣୀ ସମ୍ପର୍କରେ ଆମେ ବନ୍ଧା ହେଇଥାଉ ସେମିତି ଆଉ ଏକ ଅଙ୍ଗ ଭାବେ ବନ୍ଧୁ ଜୀବନରେ ବନ୍ଧା ହୋଇଥାଏ । ତେବେ ସେମିତି ବନ୍ଧୁର ଦାୟିତ୍ୱ ତୁଲାଇଛନ୍ତି ଜଣେ ନାବାଳିକା । ନିଜର ସାହସିକତା ଯୋଗୁଁ ଟ୍ରେନ ଚକ ତଳୁ ନିଜ ବନ୍ଧୁର ଜୀବନକୁ ବଞ୍ଚାଇପାରିଛନ୍ତି । ଏଭଳି ହୃନ୍ଦୟବିଦାରକ ଘଟଣା ଘଟିଛି ତାଳଚେରରେ । ଦୁର୍ଘଟଣାର ଶିକାର ହୋଇଥିବା ନାବାଳିକାରଙ୍କ ନାମ ପ୍ରମିଳା ମୁଣ୍ଡା(୧୧ ବର୍ଷ) । ସାଙ୍ଗର ଜୀବନ ବଂଚାଇଥିବା ନାବାଳିକା ନାମ ଶ୍ରୀମତି ବଦ୍ରା । ସେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ନ୍ତି । ସୂଚନା ଅନୁଯାୟୀ ଗତ ୬ ତାରିଖରେ ଏଭଲି ଅଘଟଣ ଘଟିଥିଲା । ତାଳଚେର ଘଂଟପଡ଼ା ଅଂଚଳର ଟେରାମୁଣ୍ଡା ବସ୍ତିର ଦୁଇ ନାବାଳିକା ପ୍ରତିଦିନ ସ୍କୁଲ ଯିବାଆସିବା କରନ୍ତି । ସବୁ ଦିନ ପରି ସେଦିନ ମଧ୍ୟ ସ୍କୁଲ ଛୁଟିପରେ ଦୁଇ ସାଙ୍ଗ ମିଶି ମାଲବାହୀ ଟ୍ରେନ ତଳେ ଗଳି ରେଳ ଲାଇନ ପାର ହେଉଥିଲେ । ହେଲେ ହଠାତ ଟ୍ରେନ ଟି ଚାଲିବା ଆରମ୍ଭ କରିଥିଲା । ତେବେ ଟ୍ରେନ ଚକ ତଳେ ପ୍ରମିଳା ମୁଣ୍ଡା ଧକ୍କା ଖାଇ ଖସି ପଡିଥିଲେ । ଏହାଦେଖି ସାହସିକତା ସହ ବଦ୍ରା ତାଙ୍କର ହାତ ଧରି ଟାଣି ଆଣିଥିଲେ । କିନ୍ତୁ ପ୍ରମିଳାର ଡାହାଣ ପାଦଟି ଟ୍ରେନ ଚକ ତଳେ କଟି ଯାଇଥିଲା । ତାପରେ ସାଙ୍ଗେ ସାଙ୍ଗେ ଶ୍ରୀମତି ପ୍ରମିଳାକୁ କନ୍ଧାରେ ପକାଇ ନେଇଯାଇଥିଲେ । ଆଉ ବସ୍ତି ଲୋକେ ତୁରନ୍ତ ପ୍ରମିଳାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହି ଘଟଣା ତାଳଚେର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଶ୍ରୀମତି ବଦ୍ରା ପାଇଁ ସାରା ରାଜ୍ୟରୁ ସାବାସ ର ବାର୍ତ୍ତା ଛୁଟିବାରେ ଲାଗିଛି ।
ବିପଦର ବନ୍ଧୁ ଜୀବନ ଦେଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- GlenHaics on ଆଜିର ରାଶିଫଳ
- Ahmedexcum on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
- JamesCax on ବସ୍ରୁ ୨୨କେଜି ଗଞ୍ଜେଇ ଜବତ, ୨ଗିରଫ
- RandallLam on ଆଜିର ରାଶିଫଳ
- ErnestLab on ପିଠା ଯୋଜାନର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସେପଟେ ନବୀନଙ୍କ ଘୋଷଣା ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ହେବେ ସାମିଲ !
