ଭୁବନେଶ୍ୱର: ଗତକାଲି ବିଜେପି ଦଳକୁ ଲାଗିଥିଲା ବଡ ଝଡକା । କାରଣ ବିଜେପିର ପ୍ରମୁଖ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ପଦ୍ମର ହାତ ଛାଡି ଦେଇଥିଲେ । ତେବେ ଏହାର ସୁଯୋଗ ଉଠାଇବାକୁ ଚାହୁଁଛନ୍ତି ବିଧାୟକ ଦାମଦୋର ରାଉତ । ତେଣୁ ବିଧାୟକ ଦାମଦୋର ରାଉତ ପରିବର୍ତ୍ତନ ପାଇଁ ହାତ ମିଶାଇବାକୁ ଏସଏମଏସ ମାଧ୍ୟମରେ ଉଭୟଙ୍କୁ ପ୍ରସ୍ତାବ ଦେଇଛନ୍ତି । ତେବେ ଏନେଇ ଦାମ କହିଛନ୍ତି ଯେ, ଦିଲ୍ଲୀପ ଓ ବିଜୟ ହେଉଛନ୍ତି ରାଜନୀତିରେ ପୋଖତ ଆଉ ନିଜକୁ କାଉଁରିଆ କାଠି କହି ଭାଙ୍ଗିଯିବି ପଛେ ଓହରିବିନି । ତେବେ ନିକଟରେ ନୂଆ ଦଳ ଗଢ଼ିଥିବା ଦାମ ରାଉତ କହିଛନ୍ତି ଯେ, ପରିବର୍ତ୍ତନ ଚାହୁଁଥିବା ଲୋକଙ୍କ ମଧ୍ୟରେ ମୁଁ ଜଣେ । ଯିଏ ପରିବର୍ତ୍ତନ ଚାହୁଁଛନ୍ତି ମୋ ସହ ଆସନ୍ତୁ ତାଙ୍କ ଦଳ ବିଜୁ ସମତାକ୍ରାନ୍ତିରେ ସାମିଲ ହୁଅନ୍ତୁ । ଏହାସହ ନବୀନଙ୍କ ଉପରେ ମଧ୍ୟ ବର୍ଷି କହିଛନ୍ତି ଯେ, ନବୀନ ସ୍ଥିତି ପାଇଁ ନୀତି ବଦଳାନ୍ତି । ଯିଏ ତାଙ୍କୁ ଆଣି ନେତା କରିଥିଲେ, ପ୍ରଥମେ ତାଙ୍କୁ ଦଳରୁ ବିଦାକଲେ କହି ବିଜୟଙ୍କ ପୁରୁଣା କଥାକୁ ଉଖାରିଛନ୍ତି । ତାହାସହିତ ବିଧାୟକ ଦାମଦୋର ରାଉତ ପ୍ରଶ୍ନ କରିଛନ୍ତି, ଯାହାର ସ୍ୱାଭିମାନ ଥିବ ସେ ପୁଣି କେମିତି ଦଳକୁ ଫେରିବ । ବିଜୟ ଦିଲ୍ଲୀପ ପୁଣି ବିଜେଡିକୁ ଫେରିବେ, ଏହା ମୁଁ ବିଶ୍ବାସ କରିପାରୁନି । ସେ ଭାବିକି ଉଚିତ୍ ପଦକ୍ଷେପ ନିଅନ୍ତୁ । ଯଦି ବିଜୁଙ୍କ ପ୍ରତି ତିଳେ ମଧ୍ୟ ଆଶକ୍ତି ଅଛି ଠିକ୍ ନିଷ୍ପତ୍ତି ନେଇ ତାଙ୍କ ହାତ ଧରିବା ପାଇଁ ଉଭୟଙ୍କୁ ଆହ୍ୱାନ ଦେଇଛନ୍ତି ଦାମ ।
ଦଳ ପାଇଁ ବ୍ୟାକୁଳ: ଦାମ
Leave a Comment
Leave a Comment
- Advertisement -
Stay Connected
Comment
- mostbet_sfol on ବାଲେଶ୍ୱର ସିମୁଳିଆଥାନା ଧଉଳିଗ୍ରାମରେ ବଧୁ ଆତ୍ମହତ୍ୟା
- melbet_xpSl on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- melbet_yvMt on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
- melbet_ojSl on ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ରୋହିତ ଓ ଅଶ୍ୱିନୀ !
- mostbet_uksn on ସୁସ୍ଥ ହେଲେ ମହାପ୍ରଭୁ : ପିନ୍ଧିଲେ ରକ୍ତବସ୍ତ୍ର, ଲାଗି ହେଲା ଦଶମୂଳ
