କଟକ : ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ, କୋଭିଡ୍-୧୯ ଜନିତ ଲକ୍ଡାଉନ୍ ସମୟରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ଅନ୍ୟ ରାସ୍ତାରେ ସମସ୍ତ ମାଲବାହୀ ଗାଡ଼ିଗୁଡ଼ିକ ବିନା ବାଧାରେ ଚଳପ୍ରଚଳ ପାଇଁ ହେଲ୍ପ ଲାଇନ ୦୬୭୪-୨୬୨୦୨୦୦ ଟେଲିଫୋନ ନମ୍ବର ଆରମ୍ଭ କରାଯାଇଛି। ଏହି ହେଲ୍ପ ଲାଇନ ପ୍ରତ୍ୟେକ ଦିନ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଗାଡ଼ି ଚାଳକ କିମ୍ବା ମାଲ୍ ପରିବହନ ସଂସ୍ଥାର ପରିଚାଳକମାନେ ଆବଶ୍ୟକ ସ୍ଥଳେ ଏହି ହେଲ୍ପ ଲାଇନର ସାହାଯ୍ୟ ଓ ପରାମର୍ଶ ନେଇପାରିବେ। ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ମିଶ୍ର ଏହି ହେଲ୍ପ ଲାଇନର ସମ୍ପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି।
ହେଲ୍ପଲାଇନ୍ ନମ୍ବର ଜାରି କଲା ପୋଲିସ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JimmyOvami on ସୁସ୍ଥ ହେଲେ ମହାପ୍ରଭୁ : ପିନ୍ଧିଲେ ରକ୍ତବସ୍ତ୍ର, ଲାଗି ହେଲା ଦଶମୂଳ
- Michaelgedly on ଭାରତୀୟ ବାୟୁ ସେନାକୁ ଟୁଇଟ କରି ସାଲ୍ୟୁଟ ଜଣାଇଲେ ନବୀନ
- TerryHeist on ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ରୋହିତ ଓ ଅଶ୍ୱିନୀ !
- Carlosadoke on ଆଜି ଦେଶବ୍ୟାପୀ ଭାରତ ବନ୍ଦର ଦ୍ୱିତୀୟ ଦିନ ; ବନ୍ଦ ଯୋଗୁ ଜୀବନଯାତ୍ରା ପ୍ରଭାବିତ !
- TerryHeist on ୫ ଜୁଆଡ଼ି ଗିରଫ, ୪ ଲକ୍ଷ ଟଙ୍କା ଜବତ
