ବାଲେଶ୍ୱର: ପୁଣି ବିଜ୍ଞାନ ଉପରେ ଭାରି ପଡ଼ିଗଲା ଅନ୍ଧବିଶ୍ୱାସ । ଏପରିକି ଅନ୍ଧ ଗଳିରେ ଅନ୍ଧବିଶ୍ୱାସ ମଧ୍ୟରେ ବଂଚିବାକୁ ଯାଇ କୋମାରେ ଥିବା ବାପାଙ୍କୁ ଝଡ଼ାଫୁଙ୍କା କରିବା ଦ୍ୱାରା ବାପାର ଜୀବନ ଯାଇଛି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ପାଣିଶାଉଁଳି ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାଅନୁଯାୟୀ ଗାଁର ଜାନୁ ସୁରୋନ ଗତ ୧୯ ତାରିଖରେ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଗଣ୍ଡିବେଡ ନିକଟରେ ଏକ ବାଇକ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ସମୟରେ ଜାନୁ ଚେତାଶୂନ୍ୟ ହେଇଥିବା ବେଳେ ସ୍ଥାନୀୟ ଲୋକ ଜିଲ୍ଲା ମେଡ଼ିକାଲକୁ ନେଇଥିଲେ । ସେଠାରେ ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରୀତ କରିଥିଲେ । କିନ୍ତୁ ପରିବାରରେ ଅଭାବ ଅନଟନ ଲାଗି ରହିଥିବା କାରଣରୁ ବାପାଙ୍କୁ ଚିକିତ୍ସାରେ ଡ଼ୋରି ବନ୍ଧା ହେବା ସହ ଘରକୁ ଫେରାଇ ଆଣିଥିଲେ । ଦିନ ଯେତିକି ଗଡ଼ୁଥିଲା ବାପାଙ୍କ ଅବସ୍ଥା ସେତିକି ବିଗୁଡ଼ୁଥିଲା । ଶେଷରେ ବାପା କୋମାକୁ ଚାଲିଯାଇଥିବା ଜାଣିବା ପରେ ପରିବାର ଲୋକ ନିରୂପାୟ ହୋଇ ଗୁଣି ଗାରେଡ଼ିର ଆଶ୍ରୟ ନେଇଥିଲେ । ବାପାଙ୍କୁ ଭଲକ କରିବା ପାଇଁ କସ୍ତିପଦା ଅଂଚଳରୁ ଏକ ଗୁଣିଆକୁ ଡ଼କାଇ ଥିଲେ । ଗୁଣିଆ ଶନିଗ୍ରହ ଖରପ ଥିବାରୁ ଆବଶ୍ୟକ ପୂଜାସାମଗ୍ରୀ ସହ ୨ ଦିନ ଧରି ଝଡ଼ାଫୁଙ୍କା କରିଥିଲା । ଗୁଣିଆ ସମସ୍ତ ଚେଷ୍ଟା ଫେଲ ହେବା ସହ ଶେଷରେ ଜୀବନ ହାରିଥିଲା ଜାନୁ । ଯାହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଆଲୋଚନା ଜାରି ରହିଛି ।
ବିଜ୍ଞାନ ଉପରେ ଭାରି ପଡ଼ିଗଲା ଅନ୍ଧବିଶ୍ୱାସ; ରୋଗୀଣା ବାପାଙ୍କୁ ଝଡ଼ାଫୁଙ୍କା ଜୀବନ ନେଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- vavada_vbEt on ୨୨ ମାର୍ଚ୍ଚ ୨୦୨୦ – ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ
- 1win_nwPn on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- mostbet_rgml on ଗତ ୨୪ ଘଣ୍ଟା ଭିତରେ କରୋନା ନିର୍ଦେଶାବଳୀ ଉଲ୍ଲଂଘନ ପାଇଁ ଓଡ଼ିଶାରେ୨୪୫ ବିରୋଧରେ ମାମଲା
- mostbet_snml on ଚୋରା ସାଜିଥିଲା କୋଟିପତି
- Ronalddog on ଭାଗ ନଛିଡ଼ିବରୁ ପିଟା ପିଟି !
