ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସୁଇସାଇଡ୍ ନୋଟର ଫରେନସିକ୍ ରିପୋର୍ଟ ଆସିଲା

Odisha Hot News
1 Min Read

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ପ୍ରାୟ ୧୫ ଦିନ ପରେ ସୁଇସାଇଡ୍ ନୋଟକୁ ନେଇ ବଡ଼ ଖୁଲାସା ହୋଇଛି। ସୁଇସାଇଡ୍ ନୋଟର ଫରେନସିକ୍ ରିପୋର୍ଟ ଆସିଛି। ଏନେଇ ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଆଦିତ୍ୟ ଦାଶ ହିଁ ନିଜେ ସୁଇସାଇଡ୍ ନୋଟ୍ ନିଜେ ଲେଖିଛନ୍ତି। କାରଣ ଆଦିତ୍ୟଙ୍କ ପୁରୁଣା ହାତ ଲେଖା ସହ ସୁଇସାଇଡ୍ ନୋଟର ଲେଖା ମେଳ ଖାଉଛି ବୋଲି ସେ ସୂଚନା ଦେଇଛନ୍ତି। ଏହାପରେ ମାନବପ୍ରେମୀ ଆଦିତ୍ୟ ଦା ଶଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଜିଆରପି ଥାନା ପୁଲିସ ଏ ଯାବତ୍‌ ୨୦ ଜଣରୁ ଊର୍ଦ୍ଧ୍ବ ଲୋକଙ୍କୁ ଜେରା କରି ସାରିଲାଣି। ସମସ୍ତଙ୍କ ବୟାନ ରେକର୍ଡ କରିବା ସହ ସିସିଟିଭି ଫୁଟେଜ୍‌ ଓ ଡାଏରି ଭଳି ଅନେକ ପ୍ରମାଣ ଯୋଗାଡ଼ କରି ସାରିଲାଣି। କିନ୍ତୁ ଜଣକ ପରେ ଜଣେ ଗଣମାଧ୍ୟମରେ ଭିନ୍ନ ମତ ଦେଉଥିବା ବେଳେ ରେଳବାଇ ପୁଲିସ ଚିନ୍ତାରେ ପଡ଼ିଛି। ଟ୍ରେନ୍‌ ଲୋକୋ ପାଇଲଟ୍‌ ମଧ୍ୟ ବୟାନ ବଦଳାଇଥିବାରୁ ରେଳବାଇ ପୁଲିସ ପାଇଁ ଅଡୁଆ ବଢ଼ିଛି। ‘ମଦ ବିରୋଧରେ ଆନ୍ଦୋଳନ କଲେ ସରକାର ଜିନା ହାରାମ୍‌ କରିଦେବେ’ ବୋଲି ସେ ଡାଏରିରେ ଲେଖିଥିବାରୁ ଏହା ଏକ ଭିନ୍ନ ଦିଗକୁ ଇସାରା କରୁଛି। ଏଣୁ ଏହାର ନିରପେକ୍ଷ ତଦନ୍ତ ଜରୁରୀ ହୋଇଛି।
ଏଣେ ମାମଲାର ତଦନ୍ତ ଭାର କମିସନରେଟ୍‌ ପୁଲିସକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ତଦନ୍ତ ପ୍ରକ୍ରିୟା ବିଳମ୍ବ ହେଲେ ପ୍ରମାଣ ନଷ୍ଟ ହେବା ଆଶଙ୍କା ରହିଛି। ଏଣୁ ଯଥାଶୀଘ୍ର ଏହି ବ୍ୟବସ୍ଥା କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଉଭୟ କମିସନରେଟ୍‌ ପୁଲିସ ଓ ରେଳବାଇ ପୁଲିସ ମାମଲାର ଯୁଗ୍ମ ତଦନ୍ତ କରନ୍ତୁ। ଫଳରେ ତଦନ୍ତ ନିରପେକ୍ଷ ହେବା ସମ୍ଭାବନା ରହିଛି।

Share This Article