ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌରନିର୍ବାହୀ ଅଧିକାରୀଙ୍କ ଘର ସମେତ ତିନିଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି

Odisha Hot News
1 Min Read

ଦେବଗଡ଼: ଭିଜିଲାନ୍ସ ଜାଲରେ ନିର୍ବାହୀ ଅଧିକାରୀ । ଆୟ ବର୍ହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କୁ ଧରିଛି ଭିଜିଲାନ୍ସ । ତାଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଆଜି ଏକକାଳୀନ ଚଢ଼ାଉ ଚାଲିଛି ।

ସମ୍ବଲପୁର ଭିଜିଲାନ୍ସ ଡି.ଏସ୍‌.ପି ଦାଶରଥି ସେଠୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଦେବଗଡ ଆସି କୁଞ୍ଜବନଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଅଚାନକ ଚଢ଼ାଉ କରି କାଗଜପତ୍ର ଯାଞ୍ଚ ଜାରି ରଖିଛନ୍ତି । ଏହାସହ ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ସ୍ଥିତ ଶ୍ୱଶୁର ଘର ଓ ଗଣ୍ଡଗରା ସ୍ଥିତ ପୈତୃକ ଘରେ ବି ଚଢାଉ ଚାଲିଛି।

Share This Article