ଭିଜିଲାନ୍ସ ଜାଲରେ ଡ଼ିଏଫଓ

Odisha Hot News
0 Min Read

ବ୍ରହ୍ମପୁର : ଗଞ୍ଜାମ ଜିଲା ବ୍ରହ୍ମପୁର ଡ଼ିଏଫଓ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଣାପଡ଼ିଛି। ଡ଼ିଏଫଓ ଆଶିଷ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଡ଼ିଏଫଓଙ୍କ ବ୍ରହ୍ମପୁର ବାସଭବନ, କାର୍ଯ୍ୟାଳୟ, ଦିଗପହଣ୍ଡି ରେଞ୍ଜ ଅଫିସ, ଖଲ୍ଲିକୋଟ ରେଞ୍ଜ ଅଫିସ ଓ ଭୁବନେଶ୍ୱରରେ ଥିବା ଏକ ଆପାର୍ଟମେଣ୍ଟରେ ତଦନ୍ତ ଜାରି ରହିଛି। କଟକ ସ୍ୱତନ୍ତ୍ର ଭିଜିଲାନ୍ସ ସେଲ୍‍ ଡ଼ିଏଫଓଙ୍କ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଥିବା ସୂଚନା ମିଳିଛି।

Share This Article
134 Comments