ବଡ ଭାଇକୁ ନିର୍ମମ ଭାବେ ହତ୍ୟା କରି ଘର ପଛ ପଟ ବାଡିରେ ପୋତିଦେଲା ସାନ ଭାଇ : ୫ଗିରଫ

Odisha Hot News
1 Min Read

ଜଳେଶ୍ବର :ନୃଶଂସ ସାଜିଲା ସାନ ଭାଇ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବାସୁକୁରି ଗାଁରେ ସାନ ଭାଇ ବଡ଼ ଭାଇକୁ ପିଟି ପିଟି ହତ୍ୟା କରିଛି।

ଜୁନ୍ ୧୦ତାରିଖରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ସାନ ଭାଇ ମାନସିକ ବିକାରଗ୍ରସ୍ତ ବଡ଼ ଭାଇକୁ ମାରି ବାଡ଼ିରେ ପୋତି ଦେଇଥିଲା। ମୃତକଙ୍କ ନାଁ ରହିତ ହେମ୍ବ୍ରମ୍(୩୦)। ହତ୍ୟାକାରୀ ଭାଇ ଗ୍ରାମର ୧୦ଜଣଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ୍ ଆଗରେ ସ୍ବୀକାର କରିଛି। ଏବେ ସୁଦ୍ଧା ହତ୍ୟାକାରୀ ଭାଇ ଏବଂ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଅଟକ ରଖି ପଚରାଉଚୁରା ଚଳାଇଛି। ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ଛାନଭିନ ଆରମ୍ଭ କରିଛନ୍ତି।

Share This Article