ତୃତୀୟ ଦିନ ପାଇଁ ବଢ଼ିଲା ପେଟ୍ରୋଲ,ଡିଜେଲ ଦର

Odisha Hot News
1 Min Read

ନୂଆଦିଲ୍ଲୀ : ଲଗାତର ତୃତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ଆସିଛି। ମଙ୍ଗଳବାର ପେଟ୍ରୋଲର ଲିଟର ପିଛା ଦର ୫୪ ପଇସା ବଢିଥିବା ବେଳେ ଡିଜେଲର ଲିଟର ପିଛା ଦର ୫୮ ପଇସା ବୃଦ୍ଧି ଘଟିଥିବା ଜଣାପଡିଛି। ନୂଆଦିଲ୍ଲୀରେ ପେଟ୍ରୋଲର ଲିଟରପିଛା ଦର ୭୨.୪୬ ଟଙ୍କାରୁ ୭୩ ଟଙ୍କାକୁ ବୃଦ୍ଧି ଘଟିଛି। ସେହିଭଳି ଡିଜେଲ ଦର ୭୦.୫୯ ଟଙ୍କାରୁ ୭୧.୧୭ ଟଙ୍କାକୁ ବଢ଼ିଛି। ଦୀର୍ଘ ୮୨ ଦିନ ପରେ ରବିବାର ଇନ୍ଧନ ଦରରେ ପରିବର୍ତ୍ତନ ହୋଇଥିଲା। ରବିବାର ଏବଂ ସୋମବାର ଉଭୟ ପେଟ୍ରୋଲ ଏବଂ ଡିଜେଲର ଲିଟର ପିଛା ଦର ୬୦ ପଇସା ଲେଖାଏ ବଢିଛି। ଏହି ବୃଦ୍ଧି ପରେ ୩ ଦିନରେ ପେଟ୍ରୋଲ ଲିଟର ପିଛା ୧.୭୪ ଟଙ୍କା ବଢିଥିବା ବେଳେ ଡିଜେଲ ଦର ୧.୭୮ ଟଙ୍କା ବଢିଥିବା ଜଣାପଡିଛି।

Share This Article