ରାଜ୍ଯରେ ଆଉ ୧୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୧ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୧୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ  ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୫୮, ବାଲେଶ୍ବରରେ ୧୪୮, ଯାଜପୁରରେ ୨୯୦ , କଟକରେ ୧୨୬, ସୁନ୍ଦରଗଡ଼ରେ ୧୧୫ , ପୁରୀରେ ୯୬, କେନ୍ଦ୍ରାପଡ଼ାରେ ୧୫୨, ଅନୁଗୁଳରେ ୨୬ ,ଖୋର୍ଦ୍ଧାରେ ୧୬୬, ଦେବଗଡ଼ରେ ୩୨ , ଭଦ୍ରକରେ ୧୨୦, ନୟାଗଡ଼ରେ ୬୯, ଜଗତସିଂହପୁରରେ ୮୬, ନୂଆପଡ଼ାରେ ୫୨, ବଲାଙ୍ଗୀରରେ ୮୯, ବୌଦ୍ଧରେ ୪୨, କେନ୍ଦୁଝରରେ ୩୦, ମାଲକାନଗିରିରେ ୨୧, ମୟୂରଭଞ୍ଜରେ ୨୭, କଳାହାଣ୍ଡିରେ ୨୦, କନ୍ଧମାଳରେ ୨୨, ଗଜପତିରେ ୪୦, କୋରାପୁଟରେ ୭, ଢେଙ୍କାନାଳରେ ୨୧, ଝାରସୁଗୁଡ଼ାରେ ୭, ସମ୍ବଲପୁରରେ ୧୨ରେ ପହଞ୍ଚିଛି।

Share This Article