ବସ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର: ଆସନ୍ତାକାଲିଠାରୁ ଗଡ଼ିବ ଘରୋଇ ବସ୍‌

Odisha Hot News
1 Min Read

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ରାଜ୍ୟରେ ଘରୋଇ ବସ୍‌ ଚଳାଚଳ  ବୋଲି ବୁଧବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ତେବେ କାଲି ଏ ନେଇ ଘରୋଇ ମାଲିକ ସଂଘ ସହ ଆଲୋଚନ କରାଯାଇଥିଲା। ବସ୍‌ ମାଲିକଙ୍କ ଦାବି ସମ୍ପର୍କରେ ମୋଟାମୋଟି ଆଲୋଚନା ହୋଇଥିଲା। ଆଜି ଘରୋଇ ବସ୍‌ ମାଲିକ ସଂଘର ବୈଠକରେ ଆସନ୍ତାକାଲିଠାରୁ (ଗୁରୁବାର-ମଇ ୨୮.୦୫.୨୦୨୦) ବସ୍‌ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି।  ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀଙ୍କଠାରୁ ପୂର୍ବ ନିର୍ଦ୍ଧାରିତ ଭଡା ନିଆଯିବ ଏବଂ ଯେତିକି ସିଟ୍ ସେତିକି ଯାତ୍ରୀଙ୍କୁ ନେଇ ଗୁରୁବାରଠାରୁ ରାଜ୍ୟରେ ବସ ଚଳାଚଳ ହେବ।  ରାଜ୍ୟ ସରକାରଙ୍କ କୋଭିଡ୍୧୯ ଗାଇଡଲାଇନକୁ ଅନୁସରଣ କରାଯାଇ ବସ ଚାଲିବ। ଚଳାଚଳ ପୂର୍ବରୁ ସମସ୍ତ ବସ ସାନିଟାଇଜ୍ କରାଯିବ ଏବଂ ସବୁ ଯାତ୍ରୀ ମାସ୍କ ପିନ୍ଧି ବସରେ ଯାତ୍ରା କରିବା ବାଧ୍ୟତାମୂଳକ କରାଯାଇଛି।

ବସ ମାଲିକ ସଂଘ ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ଆଲୋଚନା ହୋଇଛି । ପ୍ରଥମେ ଡ୍ରାଇଭର ଓ ଯାତ୍ରୀମାନଙ୍କର ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ସରକାର ଟ୍ୟାକ୍ସ ନେଇ ପ୍ରଥମେ ନିଷ୍ପତ୍ତି ନେବେ । ଓଡ଼ିଶାରେ ୧୪ ହଜାର ବସ୍‌ ରହିଛି । ସେହିପରି ୮ ହଜାର ମାଲିକ ଅଛନ୍ତି । ୬୦ ହଜାର ବସ କର୍ମଚାରୀଙ୍କ ପାଇଁ ବୀମା କରାଯାଉ। ସେହିଭଳି ବ୍ୟାଙ୍କ ଋଣ ୬ ମାସ ପାଇଁ ଛାଡ଼ କରାଯାଉ । ଏ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ ବୋଲି ଘରୋଇ ବସ୍‌ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି।

Share This Article