ନୂଆଦିଲ୍ଲୀ : କେନ୍ଦ୍ର ସରକାର ମେ ୩୧ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକ୍ଡାଉନ୍ ବୃଦ୍ଧି କରି ପାରନ୍ତି। ଲକ୍ଡାଉନ୍ ୪.୦ର ଅବଧି ୧୪ ଦିନ ରଖାଯାଇଛି। ଅର୍ଥାତ ଏହାର ମିଆଦ ମେ ୩୧ ପର୍ଯ୍ୟନ୍ତ ରହିଛି। ଲକ୍ଡାଉନ୍ ୪.୦ରେ ଲୋକଙ୍କୁ ଅନେକ ରିହାତି ଦିଆଯାଇଛି। ଲକ୍ଡାଉନ୍ ୪.୦ରେ କଣ କଣ ରିହାତି ମିଳିଛି ଏବଂ ଏହାର ଗାଇଡ୍ ଲାଇନ୍ କଣ ରହିଛି ସେ ବିଷୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ବିଶେଷ କରି ଲକ୍ଡାଉନ୍ ୪.୦ରେ ରାଜ୍ୟ ସରକାରଙ୍କୁ ସେମାନଙ୍କ ଅଞ୍ଚଳରେ କେଉଁ ସେବା ଖୋଲା ରହିବ ଏବଂ ବନ୍ଦ ରହିବ ତାର ନିଷ୍ପତ୍ତି ନେବାର ଅଧିକାର ଦିଆଯାଇଛି।
ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡ୍ ଲାଇନ୍ ଅନୁଯାୟୀ ଘରୋଇ ଓ ବିଦେଶୀ ଉଡାଣକୁ ଅନୁମତି ଦିଆଯାଇ ନାହିଁ। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିଜର ରେଡ୍, ଗ୍ରୀନ, ଅରେଞ୍ଜ ଜୋନ୍ ସ୍ଥିର କରିବାକୁ ଅଧିକାର ଦେଇଛନ୍ତି। ଏହି ସମୟରେ କୌଣସି ପ୍ରକାରର ଧାର୍ମିକ ଆୟୋଜନ, ରାଜନୈତିକ ଆୟୋଜନକୁ ମଞ୍ଜୁରୀ ମିଳିନାହିଁ। ସରକାର ଆନ୍ତଃରାଜ୍ୟ ବସ୍ ସେବାକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ମାତ୍ର ଏହା ଦୁଇ ରାଜ୍ୟର ପରସ୍ପର ସହମତି ଉପରେ ନିର୍ଭର କରେ। ଦୁଇ ରାଜ୍ୟ ଚାହିଁଲେ ପରସ୍ପର ଭିତରେ ବସ୍ ଚଳାଚଳ କରି ପାରିବେ।
ଏହି କାମ ଉପରେ ଜାରି ରହିବ ରୋକ୍
– ଲକ୍ଡାଉନ୍ ୪.୦ରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଅର୍ଥାତ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରିବା ଉପରେ ପ୍ରତିବନ୍ଧକ ଜାରି ରହିବ।
– ମେଟ୍ରୋ, ରେଳ ସେବା ଉପରେ ରୋକ୍ ଜାରି ରହିବ। ସ୍କୁଲ,କଲେଜ ସବୁ ପ୍ରକାରର ଶିକ୍ଷାନୁଷ୍ଠାନ ସଂସ୍ଥା ବନ୍ଦ ରହିବ। ଅନ୍ଲାଇନ୍ ପଢା ଉପରେ କୌଣସି ରୋକ୍ ନାହିଁ।
– ହୋଟେଲ୍, ରେସ୍ତୋରାଁ, ସିନେମା ହଲ୍, ସପିଂ ମଲ୍, ଜିମ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ, ଥିଏଟର, ବାର ଓ ଅଡିଟରିୟମ ବନ୍ଦ ରହିବ।
– ସମସ୍ତ ସାମାଜିକ, ରାଜନୈତିକ, ଖେଳ, ମନୋରଞ୍ଜନ, ଶିକ୍ଷାନୁଷ୍ଠାନ, ସାଂସ୍କୃତିକ, ଧାର୍ମିକ ଆୟୋଜନ ଉପରେ ସଂପୁର୍ଣ୍ଣ ରୋକ୍ ଜାରି ରହିବ।
Comment