ଭୁବନେଶ୍ୱର : ଫଣି ବାତ୍ୟାରେ ପୂର୍ବତଟ ରେଳପଥର ୬୦୦ କୋଟି ଟଙ୍କା କ୍ଷତି ଘଟିଛି। ଏଥି ମଧ୍ୟରୁ ବାତ୍ୟାରେ ରେଳ ଷ୍ଟେସନ୍, ବିଦ୍ୟୁତ ଉପକରଣ ଭଳି ଭିତ୍ତିଭୂମି ନଷ୍ଟ ହେବା ଯୋଗୁଁ ୪୦୦ କୋଟି ଟଙ୍କାର କ୍ଷତି ଘଟିଛି। ସେହିପରି ବାତ୍ୟା ଯୋଗୁଁ ଟ୍ରେନ୍ ଚଳାଚଳ ବାତିଲ କରାଯାଇ ଥିବାରୁ ଟିକଟ ବିକ୍ରି ଏବଂ ମାଲ ପରିବହନ ବାବଦକୁ ୨୦୦ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଫଣିରେ ପୁରୀ, ଖୋର୍ଦ୍ଧା, ଭୁବନେଶ୍ବର, କଟକ ସମେତ କିଛି ଛୋଟ ରେଳ ଷ୍ଟେସନ୍ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ସବୁଠାରୁ ଅଧିକ କ୍ଷତି ହୋଇଥିଲା ପୁରୀ ରେଳ ଷ୍ଟେସନ୍ରେ। ଏବେ କ୍ଷତିଗ୍ରସ୍ତ ଷ୍ଟେସନ୍ଗୁଡ଼ିକରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ତେବେ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁନରୁଦ୍ଧାର କାର୍ଯ୍ୟ ଯଥାଶୀଘ୍ର ସାରିବା ପାଇଁ କୁହାଯାଇଛି। ବିଶେଷକରି ଜୁଲାଇ ମାସ ପହିଲା ସୁଦ୍ଧା ପୁରୀ ରେଳ ଷ୍ଟେସନ୍ରେ ସବୁ କ୍ଷେତ୍ରରେ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। ରଥଯାତ୍ରା ସମୟରେ ପୁରୀ ରେଳ ଷ୍ଟେସନ ସମସ୍ତ ସ୍ୱତନ୍ତ୍ର ଟ୍ରେନ ଗୁଡିକର ଚଳାଚଳ ପାଇଁ ପ୍ରସ୍ତୁତ କରାଯିବାକୁ କୁହାଯାଇଛି I ଚଳିତ ରଥଯାତ୍ରା ସମୟରେ ରେଳବାଇ ପକ୍ଷରୁ ୧୯୪ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ। ବାତ୍ୟା ପୁନରୁଦ୍ଧାର କାର୍ଯ୍ୟ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ରେଳ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି।
ରଥଯାତ୍ରାରେ ପୁରୀକୁ ୧୯୪ ସ୍ବତନ୍ତ୍ର ଟ୍ରେନ୍
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- CadenFub on ଆଜିର ରାଶିଫଳ
- Darylsmapy on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- 1win_rrMi on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- plinko_hrpn on ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ
- Dennisneilt on ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
