ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସ୍ପଷ୍ଟୀକରଣ ଗଞ୍ଜାମ ବନ୍ୟା ମନୁଷ୍ୟକୃତ ନୁହେଁ

Odisha Hot News
1 Min Read

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ଗୋଟିଏ ଦିନରେ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଏହାଛଡ଼ା ସେଠାରେ କ୍ରମାଗତ ତିନି ଦିନ ଧରି ମାତ୍ରାଧିକ ବର୍ଷା ହୋଇଥିଲା। ଏହି ବର୍ଷାର ପରିମାଣ ୨୦୧୩ ମସିହାରେ ହୋଇଥିବା ବାତ୍ୟାଜନିତ ବର୍ଷାର ରେକର୍ଡକୁ ମଧ୍ୟ ଅତିକ୍ରମ କରିଥିଲା । ଫଳରେ ଜିଲ୍ଲାରେ ବନ୍ୟା ସ୍ଥିତି ଉଦବେଗଜନକ ହୋଇଥିଲା । ବର୍ଷା ଓ ବନ୍ୟା ପରିଚାଳନାକୁ ନେଇ ଶ୍ରୀମତୀ ଗର୍ଗ ସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି ଯେ କ୍ୟାଚମେଣ୍ଟ ଏରିଆରୁ ଆସିଥିବା ଜଳର ମାତ୍ର ୧୦ ପ୍ରତିଶତ ଡ୍ୟାମ୍‌କୁ ଯାଇଥିବାବେଳେ ବାକି ୯୦ ପ୍ରତିଶତ ପାଣି ସିଧାସଳଖ ନଦୀଗୁଡ଼ିକ ଦେଇ ପ୍ରବାହିତ ହୋଇଥିଲା ।ଡ୍ୟାମ୍‌ର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥିଲା । ନିର୍ଦ୍ଧାରିତ ପ୍ରୋଟୋକଲ୍ ଅନୁସାରେ ପର୍ଯ୍ୟାୟକ୍ରମେ ଡ୍ୟାମ୍‌ର ଗେଟ୍‌ଗୁଡ଼ିକ ଖୋଲାଯାଇଥିଲା । ଜଳ ପରିଚାଳନା ସମୟରେ ସମସ୍ତ ସୁରକ୍ଷା ନିୟମ ପାଳନ କରାଯାଇଛି।

ଏବେ ବି ଲୋକଙ୍କ ସହ ପ୍ରଶାସନ ରହିଛି

ଏହି ଭୀଷଣ ବନ୍ୟାରେ କୌଣସି ଜୀବନହାନି ଘଟିନଥିବା ହିଁ ସରକ‌ାରଙ୍କ ବର୍ଷା ଓ ଉତ୍ତମ ବନ୍ୟା ପରିଚାଳନାକୁ ସୂଚିତ କରୁଛି ବୋଲି ସେ କହିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ଯଥା ସମୟରେ ପହଞ୍ଚି ବିହିତ ପଦକ୍ଷେପ ନେଇଥିବା ସେ କହିଛନ୍ତି । ଠିକ୍ ସେହି ସମୟରେ ବିଦ୍ୟୁତ୍ ସରବରାହ, ପାନୀୟ ଜଳ ଯୋଗାଣ ଏବଂ କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯାଇଛି । ସବୁଠାରୁ ବଡ଼ କଥା ହେଲା ଯେ ପ୍ରଭ‌ାବିତ ଅଞ୍ଚଳବାସୀଙ୍କୁ ଆବଶ୍ୟକୀୟ ସହାୟତା ଓ ରିଲିଫ୍ ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ ସଠିକ୍ ସମୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ଏବଂ ଏବେ ବି ଲୋକଙ୍କ ସହ ପ୍ରଶାସନ ରହିଛି।

Share This Article