ଉପବାଚସ୍ପତି ନିର୍ବାଚନ ଆଜି: ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ ରଜନୀକାନ୍ତ ସିଂହ

Odisha Hot News
1 Min Read

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ପଦ ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ବୁଧବାର ଗୃହରେ ଏହା ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏଥିସହ ଆଜି ପ୍ରସ୍ତାବ ନୋଟିସ ବିଧାନସଭା ସଚିବଙ୍କ ନିକଟରେ ଦାଖଲ କରିବାକୁ ସେ କହିଥିଲେ।

ସୂଚନାଯୋଗ୍ୟ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଜନୀକାନ୍ତ ସିଂହଙ୍କୁ ଉପ-ବାଚସ୍ପତି ପ୍ରାର୍ଥୀ କରାଯାଇଛି । ଦଳପକ୍ଷରୁ ଏ ନେଇ ଗତ ୭ ତାରିଖରେ ପ୍ରେସ ବିଜ୍ଞପ୍ତି ଜରିଆରେ ଏହା ଘୋଷଣା କରାଯାଇଥିଲା । ଚଳିତଥରକୁ ମିଶାଇ ଅନୁଗୋଳରୁ ତିନଥର ବିଧାୟକ ଥିବା ରଜନୀକାନ୍ତ ସିଂହ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିପରିଷଦରେ ଖଣି ଓ ଇସ୍ପାତ ମନ୍ତ୍ରୀ ଥିଲେ ।

Share This Article
1,443 Comments