ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ମୃତ ଶହୀଦଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ସହିତ ଏହି ଆକ୍ରମଣକୁ ନିନ୍ଦା କରି ରାଜ୍ୟ ସମେତ ଦେଶର ବିଭିନ୍ନ ବ୍ୟବସାୟୀ ସଂଘ ଏହି ବନ୍ଦକୁ ସମର୍ଥନ କରିଛି | ବ୍ୟବସାୟୀମାନେ ଦିନସାରା ଉପବାସ ରହିବା ସହିତ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଶୋଭାଯାତ୍ରା ମାନ ହେବ ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି | ସୂଚନା ଅନୁସାରେ, ଓଡ଼ିଶାରେ ମଧ୍ୟ ଦୋକାନବଜାର ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ଏଥିରେ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଗୁଡ଼ିକୁ ବାଦ୍ ଦିଆଯାଇଛି | ଦେଶପାଇଁ ଗୋଟିଏ ଦିନ ଦୋକାନ ବନ୍ଦ କରିବା ସହ ବିଭିନ ସ୍ଥାନରେ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେଇଥିଲେ। ସହିଦ ଅମର ରହେ ସ୍ଲୋଗାନ ଦେବା ସହ ଭାରତ ମାତା କି ଜୟ, ବନ୍ଦେ ମାତାରମ ନାରା ଦେଇ ପାକିସ୍ତାନକୁ ଦମନ କରିବାକୁ ଦାବି କରିଛନ୍ତି।
ଶହୀଦଙ୍କ ସ୍ମୃତିରେ ୧୨ ଘଣ୍ଟା ଦୋକାନ ବଜାର ବନ୍ଦ
Leave a Comment
Leave a Comment
- Advertisement -
Stay Connected
Comment
- Boydrap on ଚୋରା ସାଜିଥିଲା କୋଟିପତି
- Alvintiefs on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- Wyattnub on ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟସ ଲଡୁ ।
- Ralphgax on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- Vivod iz zapoya na domy_lpkr on ପାକିସ୍ତାନରୁ ଫେରିବା ପରେ ସୁଷମାଙ୍କୁ ଭେଟିଲେ ଅନସାରୀ ।
