ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କେବେ ହେବ, ଏ ନେଇ ଉଠିଲା ପ୍ରଶ୍ନବାଚୀ

Odisha Hot News
1 Min Read

ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କେବେ ହେବ। ଏବେ ଏହାକୁ ନେଇ ଉଠିଛି ପ୍ରଶ୍ନ। କାରଣ ସ୍ବର୍ଗତ ନବ ଦାସଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସିବିଆଇ ତଦନ୍ତ ପାଇଁ ଦାବୀ କରିଥିଲେ। ଏହି ଦାବୀ କରିବାର ପ୍ରାୟ ମାସେ ବିତିଗଲାଣି, ହେଲେ ଏ ପର୍ଯ୍ୟନ୍ତ ସିବିଆଇ ତଦନ୍ତ ହୋଇପାରି ନାହିଁ। ଫଳରେ ସାଧାରଣରେ ଏ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଏତିକି ନୁହେଁ ନବ ଦାସଙ୍କ ପୁତ୍ର ବିଶାଳ ଦାସ ମଧ୍ୟ ଏ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ସିବିଆଇ ତଦନ୍ତ ପାଇଁ ଆମେ ଅନୁରୋଧ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିଛି ହୋଇପାରି ନାହିଁ।

ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେବାକୁ ନେଇ ବେଶ କିଛିଦିନ ଧରି ରାଜନୀତି ଚାଲିଥିଲା। କାରଣ ବିଜେପିର ମନ୍ତ୍ରୀ ବିଧାୟକ କହିଥିଲେ ଯେ, ଯଦି ନବ ଦାସଙ୍କ ପରିବାର ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦେବେ ତେବେ ସିବିଆଇ ତଦନ୍ତ ହେବ। ତାଙ୍କର ପରିବାର ତରଫରୁ ଲିଖିତ ଦେବାର ଏକ ମାସ ବିତିଯାଇଥିଲେ ମଧ୍ୟ ସିବିଆଇ ତଦନ୍ତର କୌଣସି ସୁରାକ ମିଳିପାରି ନାହିଁ।

Share This Article