ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନର ପିସିଆର୍ ଯାନ ସହ ୧୧୨ ଡାଏଲ୍ ସୁବିଧା ଲୋକାର୍ପିତ

Odisha Hot News
1 Min Read

ସମ୍ବଲପୁର: ପବିତ୍ର ‘ରାମ ନବମୀ’ ଅବସରରେ ସମ୍ବଲପୁର ଠାରେ ଗୃହ ବିଭାଗ ଉଦ୍ୟମରେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନର ପିସିଆର୍ ଯାନ ସହ ୧୧୨ ଡାଏଲ୍ ସୁବିଧାର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଶୁଭାରମ୍ଭ ହୋଇଥିବା ୧୫ଟି ଅତ୍ୟାଧୁନିକ ନୀରିକ୍ଷଣ ବାହାନରେ ଥିବା ଗେଜେଟ୍, ୩୬୦ ଡିଗ୍ରୀ ପିଟିଜେଡ୍ କ୍ୟାମେରା, ଜିପିସ୍, ଏବଂ ଆନୁଷଙ୍ଗିକ ସୁବିଧା ରହିଛି। ଏହି ଭ୍ୟାନ ସମ୍ବଲପୁରରେ ଅପରାଧକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ। ଲୋକାର୍ପିତ ବାହାନ ମଧ୍ୟରୁ କେବଳ ୧୨ଟି ଗାଡି ସହର ଭିତରେ ରହିବ। ସ୍ୱଳ୍ପ ସମୟ ମଧ୍ୟରେ ଲୋକମାନେ କରୁଥିବା ଅଭିଯୋଗ ସ୍ଥାନ ଖୁବ ଶୀଘ୍ର ଚିହ୍ନଟ କରିହେବ। ଜନସାଧାରଣଙ୍କ ଅଭିଯୋଗ କ୍ରମେ ତୁରନ୍ତ ପଦକ୍ଷେପ ନିଆଯିବ।

ଓଡ଼ିଶାରେ ଆଇନଶୃଙ୍ଖଳାକୁ ଆହୁରି ମଜଭୂତ୍ କରିବା ତଥା ସମ୍ବଲପୁର ସହରରେ ଅପରାଧିକ ଘଟଣାବଳୀକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ବିଶେଷ ପ୍ରାଥମିକତା ଦେଇଛନ୍ତି। ଏଥିପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ। ଲୋକାର୍ପିତ ସୁବିଧା ଗୁଡ଼ିକ ମାଧ୍ୟମରେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ଜନସାଧାରଣଙ୍କୁ ସୁରକ୍ଷା ଦେବା ଦିଗରେ ଅଧିକ ସହଯୋଗୀ ହେବ ବୋଲି ସେ କହିଛନ୍ତି।

Share This Article