ବରଗଡ଼: ସାରା ପରିବାର ମାଣବସା ଗୁରୁବାର ପାଇଁ ପ୍ରସ୍ତୁତି ସାରି ବିଶ୍ରାମ ନେଉଥିବା ବେଳେ ହେଲା ଆକ୍ରମଣ । ଗତରାତି ୨ଟା ସମୟରେ କଳା ମୁଖା ପିନ୍ଧା ୪ ଦୁର୍ବୃତ ଧାରୁଅ ଅସ୍ତ୍ରରେ କଲେ ଆକ୍ରମଣ । ଏଥିରେ ପରିବାର ୩ଜଣ ଗୁରୁତର ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ବରଗଡ଼ ଜିଲ୍ଲା ବିଜେପୁର ଥାନା ବୈରଖପାଲି ଗାଁର କ୍ଷୀରୋଦ ମେହେରଙ୍କ ପରିବାରରେ ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ଯାହା ସାରା ଜିଲ୍ଲାରୁ ଏବେ ପୁରା ରାଜ୍ୟର ବୁଦ୍ଧିଜୀବୀ ଲୋକଙ୍କୁ ଅସ୍ତବ୍ୟସ୍ଥ କରିଛି । ୪ ଦୁର୍ବୃତ କ୍ଷୀରୋଦଙ୍କ ଘରେ ପଶି ସାରା ପାରିବାରକୁ ଆକ୍ରମଣ କଲାବେଳେ ଚିକ୍ରାର ଶୁଣି ପଡ଼ୋଶୀ ଲୋକ ଆସିଲା ବେଳେକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତମାନେ ୨ଟି ବାଇକିରେ ଆସିଥିବା ବେଳେ ଗୋଟାଏ ବାଇକ୍ରେ ଫେରାର ହୋଇ ଯାଇଛନ୍ତି । ଅନ୍ୟପଟେ କ୍ଷିରୋଦଙ୍କ ପୁଅ ଜାଇପାଲି ଗାଁରେ ପ୍ରେମ ବିବାହ କରିଥିବା ବେଳେ ପରକ୍ରିୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି । ବିଜେପୁର ଥାନା ଅଧିକାରୀ ଛୁଟିରେ ଥିବାରୁ ସୋହେଲା ଥାନା ଅଧିକାରୀ ନିର୍ମଳ ଚନ୍ଦ୍ର ମହାପାତ୍ର ହତ୍ୟାକାଣ୍ଡର ତଦନ୍ତ କରୁଛନ୍ତି ।
ଅଧରାତିରେ ଘରେ ପଶି ଆକ୍ରମଣ; ୧ ମୃତ, ୩ ଗୁରୁତର !
Leave a Comment
Leave a Comment
- Advertisement -
Stay Connected
Comment
- luxury car rental miami_ybOl on ଦୁବାଇରେ ଫସିଥିବା ୪ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କଲା ଓଡ଼ିଶା-ମୋ ପରିବାର
- mostbet_pqot on ନୟାଗଡ ର୍ନିବାଚନମଣ୍ଡଳୀରୁ ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ
- mostbet_itot on ନିଖୋକ ପରେ ପାହଡ ତଳୁ ମିଳିଲା ନାବାଳିକାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଏହା ଅସ୍ପଷ୍ଟ !
- mostbet_bwot on କାଲି ଭକ୍ତଙ୍କୁ ଗୁଳିକରି ମାରିଦେଲେ, ଆଜି ତଣ୍ଟି କାଟିଦେଲେ !
- mostbet_yyet on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
