ମୁଖ୍ୟମନ୍ତ୍ରୀଙ୍କ ଚିଲିକା ଗସ୍ତ ବାତିଲ, ଆସନ୍ତା ୨୮ ତାରିଖରେ ଗୋଦାବରୀଶ ଯୋଜନାର କରିଥାନ୍ତେ ଶୁଭାରମ୍ଭ

Odisha Hot News
1 Min Read

ବାଣପୁର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଲିକା ଗସ୍ତ ଶେଷର ବାତିଲ ହୋଇଯାଇଛି। ଆସନ୍ତା ୨୮ ତାରିଖରେ ସେ ବାଣପୁର ଗସ୍ତ କରିଥାଆନ୍ତେ। ସେଠାରେ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଥାଆନ୍ତେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ କାର୍ଯ୍ୟ ପାଇଁ ତାହାକୁ ବାତିଲ କରାଯାଇଛି। ତେବେ ପୁଣି କେବେ ସେହି କାର୍ଯ୍ୟକ୍ରମ ହେବା ତାହା ଜଣାପଡି ନାହିଁ।

ତେବେ ମୁଖ୍ୟମନ୍ତ୍ରୀ ପ୍ରଥମେ ମାର୍ଚ୍ଚ ୩୦ ତାରିଖ ଆସିବେ ବୋଲି ନିର୍ଦ୍ଧାରିତ ହୋଇଥିଲା। ସେଥିପାଇଁ ଖୋର୍ଦ୍ଧା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ହେଲେ ତାହାକୁ ଘୁଞ୍ଚାଇ ମାର୍ଚ୍ଚ ୨୮ ତାରିଖରେ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତି କରାଗଲା। ଫଳରେ ଚିଲିକା ବିଧାୟକ ତଥା ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏବଂ ପୁରୀ ସାଂସଦ ସମ୍ବିତ ପାତ୍ର ବାଣପୁର ଗସ୍ତ କରି ପ୍ରସ୍ତୁତି ତଦାରଖ କରିଥିଲେ।

ବାଣପୁରରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ଠାରେ “ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା” ର ଶୁଭାରମ୍ଭ କାର୍ଯ୍ୟକ୍ରମ ଥିଲା।

Share This Article