ବିବାହ କରି ଫସିଲେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ, ଜାଣନ୍ତୁ କାରଣ

Odisha Hot News
1 Min Read

ନବରଂଗପୁର: ବିବାହ କରି ଫସିଗଲେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ। ବାହା ହେବା ପରେ ସମସ୍ତେ ଖୁସି ହେବା କଥା। ହେଲେ ପ୍ରଦୀପଙ୍କ ପାଇଁ ଏହି ବିବାହ ଟେନସନ ବଢାଇ ଦେଇଛି। ତାହାର କାରଣ ହେଲା ସେ ଜଣେ ଅଣ ଆଦିବାସୀ ଝିଅକୁ ବାହା ହୋଇଥିବାରୁ ତାଙ୍କୁ ତାଙ୍କ ସମାଜ ବାସନ୍ଦ କରିଛି।

ଭତରା ସମାଜର ମୁଖିଆମାନେ ଆଜି ବୈଠକ କରି ଏହି ନିଷ୍ପତି ଗ୍ରହଣ କରିଛନ୍ତି। ନିଷ୍ପତି ଅନୁସାରେ ପ୍ରଦୀପଙ୍କ ପୁରା ପରିବାରକୁ ଏହି ବାସନ୍ଦ କରାଯାଇଛି। ଫଳରେ ତାଙ୍କ ପରିବାରର କୌଣସି ଭଲ ମନ୍ଦ କାର୍ଯ୍ୟରେ ତାଙ୍କ ଭତରା ସମାଜ ସାହାଯ୍ୟ କରିବ ନାହିଁ। ପ୍ରଦୀପଙ୍କ ପରିବାରକୁ ଭତରା ସମାଜ ବାର ବର୍ଷ ପାଇଁ ଏହି ବାସନ୍ଦ କରିଛି।

Share This Article