କଂଗ୍ରେସ ବିଧାୟକ ତାରା ବାହିନୀପତି କାହିଁକି କହିଲେ ଆମେ ସିଧା କରିପାରୁବୁ, ବଙ୍କା ମଧ୍ୟ କରିପାରିବୁ

Odisha Hot News
1 Min Read

ଭୁବନେଶ୍ବର: ଆଜି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ଆମେ ସିଧା କରିପାରିବୁ ବଙ୍କା ମଧ୍ୟ କରିପାରିବୁ। ଏହି କଳାକୌଶଳ ଆମକୁ ଜଣା। ହେଲେ ସେପରି କରିବାକୁ ଆମେ ଯାଉ ନାହୁଁ। ଆମେ ବର୍ତ୍ତମାନ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛୁ। ସେଥିପାଇଁ ହିଂସା କରିବାକୁ ଯାଉ ନାହୁଁ।

ଗତକାଲି ବିଧାନସଭାରେ ଜୟନାରାୟଣ ମିଶ୍ର ତାଙ୍କ କଲର ଧରିବା ପ୍ରସଂଗରେ ଏପରି କହିଛନ୍ତି ବିଧାୟକ ତାରା। ସେ କହିଛନ୍ତି ଯେ, ବିଜେପି ବିଧାୟକମାନେ ଗତକାଲି ମୋ ପାଖକୁ ଝପଟି ଆସିଲେ। ସଂସଦୀୟ ମନ୍ତ୍ରୀଙ୍କ ଡାକରାରେ ସେମାନେ ମୋତେ ମାରିଦେବା ପାଇଁ ଆସିଥିଲେ। ମୋ ଭାଗ୍ୟ ଭଲ ରକ୍ଷା ପାଇଗଲି।

ସାଧାରଣତଃ ମୁଁ ଯେତେବେଳେ ଡିବେଟରେ ଭାଗ ନିଏ ସେତେବେଳେ ଯେଉଁ କଥା କହେ ତାହା ବିଜେପି ସଦସ୍ୟଙ୍କୁ ବାଧୁଛି। ପୂର୍ବରୁ ସେମାନେ ରାଗିକରି ଥିଲେ। ଗତକାଲି ସଂସଦୀୟ ମନ୍ତ୍ରୀଙ୍କ ଡାକରାରେ ସେମାନେ ମୋତେ ମାରିବାକୁ ଆସିଥିଲେ ବୋଲି ତାରା କହିଛନ୍ତି।

Share This Article