ପ୍ରଖ୍ୟାତ ଓଡିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କ ୯୨ ବର୍ଷ ବୟସରେ ପରଲୋକ

Odisha Hot News
1 Min Read

ନୂଆଦିଲ୍ଲୀ: ଓଡିଶୀ ନୃତ୍ୟ ଜଗତର ପ୍ରଖ୍ୟାତ ନୃତ୍ୟଗୁରୁ ମାୟାଧର ରାଉତଙ୍କ ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ରୋଗରେ ପିଡିତ ହୋଇ ମୃତ୍ୟୁବରଣ କରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ତାଙ୍କ ପୁତ୍ର ମନୋଜ ରାଉତ ସୂଚନା ଦେଇଛନ୍ତି।

ଆଜି ଲୋଧି ରୋଡସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ। ୧୯୩୩ ମସିହା ଜୁଲାଇ ୬ ତାରିଖରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ମାୟାଧର ରାଉତ “ଓଡ଼ିଶୀ ନୃତ୍ୟର ଜନକ” ବୋଲି ବିବେଚନା କରାଯାଏ। ସେ ୧୯୫୦ ଦଶକରେ ଶାସ୍ତ୍ର-ଆଧାରିତ ଜ୍ଞାନ ସହିତ ଓଡ଼ିଶୀର ପୁନରୁଦ୍ଧାରକୁ ଆଗେଇ ନେଇଥିଲେ। ସେ ସାତ ବର୍ଷ ବୟସରେ ପ୍ରଥମେ ‘ଗୋଟିପୁଅ’ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ଏହାପରେ ସେ ଓଡିଶୀ ନୃତ୍ୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।

ପଦ୍ମଶ୍ରୀ ସହିତ ସେ ଟାଗୁର ଏକାଡେମୀ ରତ୍ନ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ, ଓଡିଶୀ ସଂଗୀତ ନାଟକ ଏକାଡେମୀ ପୁରସ୍କାର ହାସଲ କରିଛନ୍ତି। ତାଙ୍କର ବିୟୋଗରେ ଓଡିଶୀ ନୃତ୍ୟ ଜଗତର ଏକ ଅପୂରଣୀୟ କ୍ଷତି ଘଟିଗଲା।

 

Share This Article