କଣ୍ଟିଲୋ ମାଘମେଳା ମହୋତ୍ସବ ଅନୁଷ୍ଠିତ

Odisha Hot News
1 Min Read

ନୟାଗଡ଼: ନୟାଗଡ଼ ଜ଼ିଲ୍ଲା କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ଭୈମୀ ଏକାଦଶୀ ଉପଲକ୍ଷେ ପୁରାତନ ମାଘମେଳା ଯାତ୍ରା ପଡ଼ିଆରେ ମାଘମେଳା ମହୋତ୍ସବ ଅନୁଷ୍ଠିତ ହୋଇଛି। ଦେବୋତ୍ତର ବିଭାଗ ଏବଂ ମାଘମେଳା ମହୋତ୍ସବ କମିଟି ଆନୁକୂଲ୍ୟରେ ଆୟୋଜିତ ଚତୃର୍ଥ ସନ୍ଧ୍ୟାରେ ମାଘମେଳା ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ସମାରୋହ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଓ ସମ୍ମାନୀତ ଅତିଥି ଭାବେ ମହାକାଳପଡାର ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କଣ୍ଟାବାଞ୍ଜିର ବିଧାୟକ ଲକ୍ଷ୍ମଣ ବାଗ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲ, ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ, ନୟାଗଡ଼ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଏହି ମହୋତ୍ସବ ଦ୍ଵାରା କଣ୍ଟିଲୋ ଅଞ୍ଚଳର କଳା, ସଂସ୍କୃତି ଓ ଐତିହ୍ୟକୁ ଉଜ୍ଜୀବିତ ରଖାଯାଇ ପାରିବ ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ।

Share This Article