ଭଦ୍ରକ ; ଗାତରୁ ବାହାରୁଛି ଗରମ ପାଣି ଓ ଧୂଆଁ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳୁଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ କରଞ୍ଜମାଳ ଗାଁରେ । ସୁଚନାମୁତାବକ, ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଟ୍ରାନ୍ସଫର୍ମର ପାଇଂ ଆର୍ଥିଂ ବସାଇବା ଲାଗି ମାଟି ଖୋଳା ଯାଉଥିବାବେଳେ ପ୍ରାୟ ୫/୬ ଫୁଟ୍ ଖୋଳି ସାରିବା ପରେ ସେଥିରୁ ଧୂଆଁ ସହିତ ଗରମ ପାଣି ବାହାରିଥିଲା। ଯାହାକୁ ନେଇ ବୋରିଂ କରୁଥିବା ଲୋକେ ଭୟଭୀତ ହେବା ସହ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ପ୍ରାୟ ୩/୪ ଘଣ୍ଟା ଧରି ଏମିତି ଧୂଆଁ ବାହାରିବା ଯୋଗୁ ସେଠାରେ ଲୋକ ରୁଣ୍ଡ ହୋଇଥିଲେ। ଏ ନେଇ ଲୋକ ମାନଙ୍କ ମନରେ ଯେତିକି ଉତ୍ôସୁକତା ବଢିଥିଲା ସେତିକି ଭୟ ମଧ୍ୟ ଲାଗି ରହିଥିଲା । ବୋରିଂ ହୋଇଥିବା ସ୍ଥାନରୁ ୩ ଫୁଟ୍ ଛାଡି ଆଉ ଏକ ସ୍ଥାନରେ ବୋରିଂ କରାଯାଇଥିଲେ ମଧ୍ୟ ସେହି ଏକା ଅବସ୍ଥା ହୋଇଥିଲା । ଏହାର କାରଣ ଗ୍ରାମବାସୀ କି ବୋରିଂ କରୁଥିବା ମିସ୍ତ୍ରୀମାନେ ଜାଣିପାରି ନଥିଲେ ମଧ୍ୟ ମାଟି ତଳେ କୈାଣସି ଗ୍ୟାସ ରହିଯାଇଥିବା ବେଳେ ବୋରିଂ ପରେ ତାହା ବାୟୁ ସଂସ୍ପର୍ଶରେ ଆସି ଉତ୍ତପ୍ତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏନେଇ ତଦନ୍ତ କଲେ ପ୍ରକୃତ କାରଣ କଣ ଜଣାପଡିବ ବୋଲି ଗ୍ରାମବାସୀ କହିଛନ୍ତି । ଅନ୍ୟପଟେ କୈାଣସି ସରକାରୀ ଅଧିକାରୀ ପହଞ୍ଚି ନଥିବାବେଳେ ଲୋକମାନେ ଗାତଟିକୁ ବନ୍ଦ କରି ରଖିଛନ୍ତି । ଆଜି ତହସିଲଦାର ସେଠାକୁ ଯିବେ ବୋଲି ଜଣାପଡ଼ିଛି। ତେବେ ଆଜି ପର୍ୟ୍ୟନ୍ତ ବି ସେହି ଗାତରୁ ଧୂଆଁ ବାହାରୁଛି।
ଗାତରୁ ବାହାରୁଛି ଗରମ ପାଣି ଓ ଧୂଆଁ ; ଗ୍ରାମବାସୀ ଭୟଭୀତ !
- Advertisement -
Stay Connected
Comment
- MatthewSmoog on ଶୁଭାରମ୍ଭ ହେଲା ଆମ ଘରେ ଏଲ୍ଇଡି ଯୋଜନା; ଏଣିକି ଜଳିବ ଆଲୁଅ ଦାଉଦାଉ, ପଢନ୍ତୁ…
- MurrayCoock on ଆଜି ପବିତ୍ର ଅଶୋକାଷ୍ଟମୀ : ଗଡିବନି ମହାପ୍ରଭୂ ଲିଙ୍ଗରାଜଙ୍କ ରୁକୁଣା ରଥ
- Marcoswam on ଭଦ୍ରକ ବାସୁଦେବପୁରେ ଧାରାବାହିକ ଷ୍ଟାଇଲିରେ ସାମ୍ବାଦିକଙ୍କୁ ଆକ୍ରମଣ; ପୋଲିସର ହାତଖାଲି ସଂଘର ନିନ୍ଦା !
- Kurtjes on ମହାବାତ୍ୟାକୁ ୨୦ ବର୍ଷ : ଧ୍ୱଂସ ଲୀଳା ଆଜି ବି ଅଲିଭା ଦାଗ
- Leonarddeace on ବଲିଉଡ୍ ଫିଲ୍ମରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ମୁଖ୍ୟ କ୍ରିଷ୍ଣା ରେଡ୍ଡୀ

Oh my goodness! Awesome article dude! Thank you, However I am going
through difficulties with your RSS. I don’t understand why I am unable to subscribe to it.
Is there anyone else getting the same RSS issues? Anybody who knows the answer can you kindly
respond? Thanks!! xnxx